ବିହାରରେ ମଦ ଖୋଜୁଛି ଡ୍ରୋନ, ସ୍ଥାନେ ସ୍ଥାନେ ପୁଲିସ କରୁଛି ଚଢାଉ: ବିଷାକ୍ତ ମଦ ପିଇ ୭ଜିଲ୍ଲାରରୁ ଶତାଧିକ ଲୋକଙ୍କ ମୃତ୍ୟୁ

71

କନକ ବ୍ୟୁରୋ: ବିହାରରେ ମଦ ମୃ୍ତ୍ୟୁ ସଖ୍ୟା କ୍ରମାଗତ ଭାବେ ବଢିଚାଲିଥିବା ବେଳେ ଏବେ ମଦ ମାଫିଆଙ୍କ ଉପରେ ତୀକ୍ଷ୍ମଣ ନଜର ରଖୁଛି ଡ୍ରୋନ । ଯେଉଁଠି ବିଷାକ୍ତ ମଦ ରନ୍ଧାଯାଉଛି, ସେଥି ପହଂଚି ମଦମାଫିଆଙ୍କୁ ଧରୁଛି ଡ୍ରୋନ୍ । ଏନେଇ ପୋଲିସ ପ୍ରଶାସନ ପକ୍ଷରୁ ଡ୍ରୋନ କ୍ୟାମେରା ମୁତୟନ ହୋଇଛି । ସେପଟେ ଏନଏଚଆରସି ଟିମ୍ ମଦ ମୃତ୍ୟୁ ମାମଲାର ଯାଂଚ କରୁଛି । ଗାଁକୁ ଗାଁ ଯାଇ ଟିମ୍ ଘଟଣାର ଯାଂଚ କରୁଥିବା ବେଳେ କେତେକ ମଦମାଫିଆଙ୍କ ଆକ୍ରମଣର ଶିକାର ହୋଇଛନ୍ତି । ଏହାରି ଭିତରେ ବିହାରରେ ଶତାଧିକ ଲୋକଙ୍କ ମୃତ୍ୟୁ ହେଲାଣି । ଏବେବି ଅନେକ ଲୋକଙ୍କ ଅବସ୍ଥା ଗମ୍ଭୀର ରହିଛି । ମଦ ମୃତ୍ୟୁରେ ସବୁଠୁ ଆଗରେ ରହିଛି ବିହାରର ଛପରା ଓ ସିୱାନ । ସେହିପରି ବେଗୁସରାୟରେ ବି ମଦ ପିଇ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି । ସେପଟେ ବିରୋଧ ଏହାକୁ ଟାର୍ଗେଟ କରି ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ଉପରେ ବର୍ଷିଛି । ମଦମୃତ୍ୟୁ ରୋକିବାରେ ରାଜ୍ୟ ସରକାର ବିଫଳ ବୋଲି କହିଛି ବିଜେପି ।