ବାଣୀ କପୁରଙ୍କ ଖୁଲାସା ! କିସ୍ ସଟ ଦେବାକୁ ଭୟ ନାହିଁ ବାଣୀଙ୍କର

37

ଅଭିନେତ୍ରୀ ବାଣୀ କପୁରଙ୍କ ସାହାସକୁ ମାନିବାକୁ ପଡିବ, ସେ ଏବେ ଏମିତି ଏକ ଖୁଲାସା କରିଛନ୍ତି ଯାହାକି ଚର୍ଚ୍ଚାର ବିଷୟ ପାଲଟିଛି । ବାଣୀଙ୍କ କହିବା ଅନୁସାରେ ତାଙ୍କର ଆଉ କିସ୍ ସଟ ଦେବାକୁ ଭୟ ନାହିଁ ।

କିସ୍ ସଟ ଦେବାକୁ ତାଙ୍କ ମନରେ ଯୋଉ ଭୟଥିଲା ତାହା “ବେଫିକ୍ରେ’ ଚଳଚ୍ଚିତ୍ରର ସୁଟିଂ ବେଳେ ସବୁ ଦୂର ହୋଇଯାଇଛି । “ବେଫିକ୍ରେ’ର ସୁଟିଂ ସମୟରେ ତାଙ୍କୁ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା କିନ୍ତୁ ଏହାକୁ ତାଙ୍କର କୋ-ଆର୍ଟିଷ୍ଟ ରଣବୀର କପୁର ଦୂର କରିଦେବା ସହ ତାଙ୍କୁ କିସ୍ କରିବାର କାଏଦା ମଧ୍ୟ ବୁଝାଇଦେଇଥିଲେ।

ନିକଟରେ ବାଣୀ ଏକ ଅନଟାଇଟଲ୍ଡ ସିନେମା ସାଇନ କରିଛନ୍ତି, ଯେଉଁଥିରେ ୩ରୁ ୪ଟି ଲିପ୍ କିସର ଦୃଶ୍ୟ ମଧ୍ୟ ରହିଛି । ଏହି ସିନେମାକୁ କରିବା ପାଇଁ କୁଆଡେ ବାଣୀଙ୍କୁ ସିନେମାର ପ୍ରଯୋଜକ ମୋଟା ଅଙ୍କର ପଇସା ମଧ୍ୟ ଦେଇଥିବାର ଚର୍ଚ୍ଚା ହେଉଛି, କିନ୍ତୁ ଏହାକୁ ବାଣୀ ଖଣ୍ଡନ କରିଛନ୍ତି ।