ସେଲଫି ନେଉ ନେଉ ଯାଇଥାନ୍ତା ଜୀବନ । ଅଳ୍ପକେ ବଞ୍ଚିଲେ ପଶ୍ଚିମବଙ୍ଗର ପର୍ଯ୍ୟଟକ

190

କନକ ବ୍ୟୁରୋ: ସମୁଦ୍ର ଭିତରେ ସେଲଫି ନେବା ପଡିଲା ମହଙ୍ଗା । ଦିଘା ସମୁଦ୍ରରେ ଯୁବକ ଗାଧୋଉଥିବା ସମୟରେ ସେଲଫି ନେଉ ନେଉ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ତେବେ ସୌଭାଗ୍ୟବଶତ ଯୁବକ ଜଣଙ୍କ ନିଶ୍ଚିତ ମୃତ୍ୟୁମୁଖରୁ ରକ୍ଷା ପାଇଛନ୍ତି । ନିମ୍ନ ଚାପ ଓ ଉଚ୍ଚ ଜୁଆର ମିଶ୍ରଣ ହେତୁ ସମୁଦ୍ର ଅଶାନ୍ତ ରହିଥିବାବେଳେ ପର୍ଯ୍ୟଟକ ସମୁଦ୍ରକୁ ଯାଇଥିଲେ ଓ ସେଲଫି ନେଉଥିଲେ । ଏହି ସମୟରେ ତାଙ୍କର ଗୋଡ ଖସିଯିବା ଯୋଗୁଁ ପାଣି ସ୍ରୋତରେ ଭାସିଯାଇଥିଲେ । ତେବେ ନୋଳିଆ ଏବଂ ଉଦ୍ଧାରକାରୀ ଦଳ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଯୁବକ ଜଣକ ପଶ୍ଚିମବଙ୍ଗ ମେଦିନପୁର ଜିଲ୍ଲାର ଶୁଭାପ୍ରସାଦ ମଣ୍ଡଳ ବୋଲି ଜଣାପଡିଛି ।