ଡାକ୍ତରଖାନାରୁ ଫେରି ପୁଣି ଡାକ୍ତରଖାନା ଗଲେ ବାପା-ପୁଅ । ହସ୍ପିଟାଲରୁ ଫେରୁଥିବାବେଳେ ଅଟୋ ଉପରେ ପଡିଲା ଗଛ ।

364

କନକ ବ୍ୟୁରୋ: ଡାକ୍ତରଖାନାରୁ ଫେରି ପୁଣି ଡାକ୍ତରଖାନା ଗଲେ ବାପା-ପୁଅ । କେନ୍ଦୁଝର ଟାଉନ ଥାନା ହଳଦିଆ ଟାଙ୍ଗିରି କେନ୍ଦୁଝର କଟକ ମୁଖ୍ୟରାସ୍ତାରେ ଘଟିଛି ଅଘଟଣ । ଏକ ଚଳନ୍ତା ଅଟୋ ଉପରେ ଗଛ ପଡିବାରୁ ବାପା-ପୁଅ ଗୁରୁତର ହୋଇଛନ୍ତି । ନଗରଣପୁର ରୁଗୁଡିସାହିର ଦୁର୍ଯ୍ୟୋଧନ ବେହେରା ଓ ତାଙ୍କ ପୁଅ ଶରତ ଅସୁସ୍ଥ କାରଣରୁ ଆଜି ସକାଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ । ତେବେ ହସ୍ପିଟାଲରୁ ଫେଣିବା ବେଳେ ବାଟରେ ଏକ ବଡ ଗଛ ଚଳନ୍ତା ଅଟୋ ଉପରେ ପଡିବାରୁ ବାପା ପୁଅ ଗୁରୁତର ହୋଇଛନ୍ତି । ତାଙ୍କୁ ପୁଣିଥରେ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି ।