ପ୍ରବଳ ବର୍ଷା ପରେ…ବାଙ୍କୀ ଡମପଡା ବ୍ଲକ ଇନ୍ଦୁମତୀ ପାଟଣାରେ ଭୁଷୁଡିଲା କାନ୍ଥ ।

100

କନକ ବ୍ୟୁରୋ: ଲଗାଣ ବର୍ଷା ଫଳରେ ବାଙ୍କୀ ଡ଼ମପଡ଼ା ବ୍ଳକ ଇନ୍ଦୁମତୀ ପାଟଣା ଗାଁରେ କାନ୍ଥ ଭୁଷୁଡ଼ି ଭାଙ୍ଗିଲା ଘର । ପ୍ରବଳ ବର୍ଷା ଯୋଗୁଁ ଗାଁ ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି । ଗାଁର ଚିତରଞ୍ଜନ ସ୍ୱାଇଁଙ୍କ ଘରେ ଶୋଇଥିବା ସମୟରେ ଘରର କାନ୍ଥ ଭୁଷୁଡ଼ି ପଡ଼ିଥିଲା । ତେବେ ସୁରକ୍ଷିତ ଅବସ୍ଥାରେ ସେ ଘରୁ ବାହାରିଛନ୍ତି । ଏବେ ସେ ପଡ଼ୋଶୀଙ୍କ ଘରେ ଆଶ୍ରୟ ନେଇଥିବା ସୂଚନା ମିଳିଛି ।