ବାଇକରେ ଯାଉଥିବା ବେଳେ ଚଢ଼ିଗଲା ଟ୍ରକ୍ : ଘଟଣାସ୍ଥଳରେ ବାପ-ଝିଅ ମୃତ

633

କନକ ବ୍ୟୁରୋ : ଭଦ୍ରକ ଟିସଲପୁର ଛକ ୧୬ ନମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା । ଆଜି ଅପରାହ୍ନରେ ଟ୍ରକ୍ ଚାପାରେ ପ୍ରାଣ ହରାଇଲେ ବାପ-ଝିଅ । ଏହି ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରି ଦେଇଛି । ମୃତକଙ୍କ ପରିଚୟ ମିଳିପାରି ନାହିଁ, ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଆଜି ଅପରାହ୍ନରେ ବାପ-ଝିଅ କୌଣସି କାମରେ ବାଇକ୍ରେ ଯାଉଥିବା ବେଳେ ହଠାତ ଏକ ଟ୍ରକ୍ ଧକ୍କା ଦେଇଥିଲା । ଟ୍ରକ୍ ଧକ୍କାରେ ବାପ-ଝିଅ ଦୁହେଁ ବାଇକ୍ରୁ ରାସ୍ତାକୁ ଛିଟିକି ପଡିଥିଲେ। ଏତିକି ବେଳେ ଟ୍ରକ୍ଟି ଉଭୟଙ୍କ ଉପରେ ଚଢ଼ି ଚାଲିଯାଇଥିଲା । ଏହି ଭୟଙ୍କର ଦୁର୍ଘଟଣାର ଦୃଶ୍ୟ ଦେଖି ସେଠାରେ ଉପସ୍ଥିତ ତଥା ଯାତାୟାତ କରୁଥିବା ଲୋକମାନେ କିଛିସମୟ ପାଇଁ ସ୍ଥାଣୁ ପାଲଟି ଯାଇଥିଲେ । ଦୁର୍ଘଟଣା ସମ୍ପର୍କରେ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବାପ-ଝିଅଙ୍କ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।