ସୀମା ଟପିଲା ଏବିଭିପି ସଂଗଠନ ସମର୍ଥିତ ଛାତ୍ରଛାତ୍ରୀଙ୍କ ଗୁଣ୍ଡାଗିରି । ଗୁଜରାଟ କଚ୍ଛ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସରଙ୍କ ମୁହଁରେ କଳାବୋଳି ଦେଇଛନ୍ତି କିଛି ଛାତ୍ର । ଏପରିକି ପ୍ରଫେସରଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ପ୍ରଫେସରଙ୍କ ଉପରେ ପକା ଯାଇଥିବା କାଳିରେ କିଛି ରାସାୟନିକ ପଦାର୍ଥ ଥିବା କାରଣରୁ ପୋଡା ଜଳା ହୋଇଥିଲା । ତାଙ୍କୁ ବର୍ତମାନ ମେଡିକାଲରେ ଭର୍ତି କରାଯାଇଛି । ଏହା ସହିତ ଛାତ୍ରମାନେ ପ୍ରଫେସରଙ୍କ ବିରୋଧରେ ନାରାବାଜି କରିବା ସହ ଏକ ଶୋଭାଯାତ୍ରା ମଧ୍ୟ କରିଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଆଗାମୀ ଛାତ୍ର ନିର୍ବାଚନ ପାଇଁ ଏବିଭିପି ସମର୍ଥିତ ପ୍ରାର୍ଥୀମାନେ ଦାଖଲ କରିଥିବା ଫର୍ମକୁ ଜାଣିଶୁଣି ପ୍ରଫେସର କାଟିଦେଇଥିବା ଅଭିଯୋଗ କରି ଏପରି କାଣ୍ଡ କରିଛନ୍ତି । ଗତକାଲି ଅପରାହ୍ଣ ୪ଟା ୩୦ରେ ଏହି ଘଟଣା ଘଟିଥିଲା । ଯାହାକୁ ନେଇ ଏବେ ଗୁଜରାଟରେ ଚର୍ଚ୍ଚା ଜୋର ଧରିଛି ।