ଆଫତାବ୍ ସମ୍ପର୍କରେ ଆସିଲା ଛାତିଥରା ତଥ୍ୟ। ପ୍ରେମିକା କଥା ମନେପଡ଼ିଲେ ଫ୍ରିଜ୍ ଖୋଲି ଦେଖୁଥିଲା କଟାମୁଣ୍ଡ।

687

କନକ ବ୍ୟୁରୋ: କଂସେଇ ପାଲଟି ଯାଇଥିଲା ଆଫତାବ୍ । ଫ୍ରିଜରେ ରଖିଥିଲା ପ୍ରେମିକାର କଟା ମୁଣ୍ଡ । ଫ୍ଲାଟ୍ରେ ଅନ୍ୟ ଝିଅ ସହ କରୁଥିଲା ରୋମାନ୍ସ । ଦିଲ୍ଲୀ ସମେତ ପୂରା ଦେଶକୁ ଦୋହଲାଇ ଦେଇଛି ଶ୍ରଦ୍ଧା ହତ୍ୟାକଣ୍ଡା । ଗିରଫ ପରେ ସବୁ କଥା ମାନିଛି ଅପରାଧୀ ଆଫତାବ । ଏହି ହତ୍ୟାକାଣ୍ଡ ଯେତିକି ବିଭତ୍ସ ଥିଲା ସେତିକି ଭୟାବହ ମଧ୍ୟ । ହତ୍ୟାକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଜେରା ସମୟରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ଦେଇଛି ଆଫତାବ ।
ପ୍ରେମକୁ ‘୩୫’ ଖଣ୍ଡ କରିଥିଲା ଆଫତାବ୍
• ଆଫତାବ ଇଲେକଟ୍ରିକ ହତିଆରରେ ଶବକୁ କାଟିଥିଲା
• ବାଥରୁମରେ ଶରୀରକୁ ଖଣ୍ଡ ଖଣ୍ଡ କରି କାଟିବା ପରେ ଗୋଟିଏ ଗୋଟିଏ ଅଙ୍ଗକୁ ଫିଙ୍ଗୁଥିଲା
• କଟାମୁଣ୍ଡକୁ ଶେଷ ଯାଏଁ ନିଜ ଫ୍ରିଜ୍ରେ ସାଇତି ରଖିଥିଲା
• ଶ୍ରଦ୍ଧା କଥା ମନେପଡିଲେ ଫ୍ରିଜ ଖୋଲି କଟା ମୁଣ୍ଡ ଦେଖୁଥିଲା
• ସବୁଠୁ ଶେଷରେ କଟା ମୁଣ୍ଡକୁ ଫିଙ୍ଗିଥଲା ଜହ୍ଲାଦ ଆଫତାବ
• ପ୍ରମାଣ ନଷ୍ଟ ପାଇଁ ହାତ ଓ ମୁହଁକୁ ପୋଡ଼ିଥିଲା
• ହତ୍ୟା ପରେ ଡେଟିଂ ଆପରେ ଅନ୍ୟ ଯୁବତୀଙ୍କ ସହ ସମ୍ପର୍କ ଯୋଡ଼ୁଥିଲା
• ଘରେ ଖଣ୍ଡବିଖଣ୍ଡିତ ଶବ ରଖି, ଅନ୍ୟ ଝିଅଙ୍କ ସହ ରୋମାନ୍ସ କରୁଥିଲା
• ଶ୍ରଦ୍ଧାର ମୋବାଇଲ ପିଙ୍ଗିଥିଲା କିନ୍ତୁ ସମାନ ସିମ୍ ବ୍ୟବହାର କରୁଥିଲା
• ସିମକୁ ଟ୍ରାକ କରି ଆଫତାବ ନିକଟରେ ପହଁଥିଲା ପୁଲିସ

ହତ୍ୟା ମାମଲାରେ ଦିଲ୍ଲୀ ସାକେତ କୋର୍ଟ ଅପରାଧୀ ଆଫତାବର ନାର୍କୋଟେଷ୍ଟ ପାଇଁ ଦିଲ୍ଲୀ ପୁଲିସକୁ ଅନୁମତି ଦେଇଛନ୍ତି । ଆଫତାବ ମିଛ ବୟାନ ଦେଇ ମାମଲାର ମୋଡ ବଦଳାଇବା ପାଇଁ ଚେଷ୍ଟା କରୁଥିବା ପୁଲିସ ଅଭିଯୋଗ କରିଛି । ଜେରା ସମୟରେ ସହଯୋଗ କରୁନି ଆଫତାବ । ତେଣୁ ପୁଲିସ ନାର୍କୋଟେଷ୍ଟ ପାଇଁ ସାକେତ କୋର୍ଟରେ ଆବେଦନ କରିଥିଲା । ବୁଧବାରଦିନ ତଦନ୍ତକୁ ଜୋରଦାର କରିଛି ପୁଲିସ । ଦିଲ୍ଲୀ ନିକଟ ଛତରପୁରର ମେହରୋଲୀ ଜଙ୍ଗଲକୁ ଯାଇ ପୁଲିସ ଛାନଭିନ କରିଛି । ବର୍ତମାନ ସୁଦ୍ଧା ୧୦ଟି ମାଂସ ଖଣ୍ଡ ମିଳିଥିବା ଜଣାପଡିଛି । ବୁଧବାର ସିନ ରିକ୍ରିଏସନ ବି କରାଯାଇଛି । ପୁଲିସ ତଦନ୍ତରୁ ଏକଥା ମଧ୍ୟ ଜଣାପଡିଛି ଯେ, ଆଫତାବ ବୃତିରେ ଜଣେ ସେଫ୍ ଥିଲା । ପରିବା ଓ ମାଂସ କଟା ଛୁରୀର ବ୍ୟବହାର ତାକୁ ବେଶ ଭଲଭାବେ ଜଣାଥିଲା । ତେଣୁ ଶ୍ରଦ୍ଧାର ହତ୍ୟା ପରେ ଟିକ୍ଟିକ୍ କରି କାଟିବାକୁ ତାକୁ ଆଦୌ ଭୟ ଲାଗିନଥିଲା । ଏପରିକି ହତ୍ୟାର ପରଦିନ ଡାକ୍ତରଙ୍କ ନିକଟରେ ପହଁଚି ତା ହାତରେ ହୋଇଥିବା ସାମାନ୍ୟ ଆଘାତର ଚିକିତ୍ସା ମଧ୍ୟ କରିଥିଲା । ହତ୍ୟାକୁ ଲୁଚାଇବା ପାଇଁ ଆଫତାବ ବିଭିନ୍ନ ପ୍ରକାର ଷଡଯନ୍ତ୍ର କରିବା ସହ ଇଂଟରନେଟରୁ ଉପାୟ ଖୋଜି ବାହାର କରୁଥିଲା । ଏବେ ତଦନ୍ତକୁ ଜୋରଦାର କରିଛି ପୁଲିସ । ଘଟଣା ପରେ ଅଫତାବ ପରିବାରର କୌଣସି ଖୋଜଖୋବର ମିଳିନାହିଁ । ନିଜ ଗାଁରୁ ସେମାନେ କେଉଁଆଡେ ଫେରାର ହୋଇଯାଇଛନ୍ତି ।