ବିନା ଖର୍ଚ୍ଚରେ ତିଆରି କରନ୍ତୁ ଆଧାରକାର୍ଡ ! ନିକଟସ୍ଥ ପୋଷ୍ଟ ଅଫିସକୁ ଯାଆନ୍ତୁ, ପକେଟରୁ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ ହେବନି

61

ନୂଆ କିମ୍ବା ଭୂଲ ହୋଇଥିବା ଆଧାରକାର୍ଡକୁ ସଂଶୋଧନ କରିବା ପାଇଁ ଏଣିକି ଆଉ ଏଣେତେଣେ ଯିବାକୁ ପଡିବ ନାହିଁ । କାରଣ କେନ୍ଦ୍ର ସରକାର ସମସ୍ତଙ୍କ ପାଖରେ ଆଧାରକାର୍ଡ ପହଞ୍ଚାଇବା ପାଇଁ ଏକ ନୂଆ ପଦକ୍ଷେପ ହାତକୁ ନେଇଛନ୍ତି । ଏଣିକି ଡାକଘରେ ଆଧାରକାର୍ଡ ତିଆରି କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତି ନେଇଥିବାର ସୂଚନା ମିଳିଛି । ଏହି ସୁବିଧା ଆଗାମୀ ଫେବୃଆରୀ ମାସରୁ ଆରମ୍ଭ ହେବ । ଏନେଇ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି କେନ୍ଦ୍ର ସରକାର । ଡାକ ସେବା ଉପନିର୍ଦ୍ଦେଶକ ଆର.ବି. ତ୍ରିପାଠୀଙ୍କ କହିବା ଅନୁଯାୟୀ, ଖୁବଶୀଘ୍ର ଡାକଘରେ ଆଧାର କାର୍ଡ ତିଆରି କରିପାରିବେ ଲୋକେ ।

downloadପୂର୍ବରୁ ସିଏସସି ଓ ଅନ୍ୟ କମ୍ପାନିର ଆଧାର ସେଣ୍ଟରରେ ଲୋକେ ଆଧାରକାର୍ଡ ତିଆରି କରୁଥିଲେ । କିନ୍ତୁ ଆଧାରକାର୍ଡର ଗୋପନୀୟତାକୁ ଦୃଷ୍ଟିରେ ରଖି ଗତ ସେପ୍ଟେମ୍ବର ମାସରୁ ଏହି ସବୁ ସେଣ୍ଟରରେ ଆଧାରକାର୍ଡ ତିଆରିକୁ ବନ୍ଦ କରାଯାଇଥିଲା । ଏବେ କେବଳ ସରକାରୀ କାର୍ଯ୍ୟାଳୟରେ ଆଧାରକାର୍ଡ ପ୍ରସ୍ତୁତ କରାଯିବ । ତେଣୁ ଆଧାରକାର୍ଡର ସୁରକ୍ଷା ଦୃଷ୍ଟିରୁ ଏହାକୁ ଏବେ ଡାକଘରେ ତିଆରି କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଡାକଘରେ ସମ୍ପୂର୍ଣ୍ଣ ମାଗଣାରେ ଆଧାରକାର୍ଡ ସଂଶୋଧନ ଓ ନୂଆ ଆଧାରକାର୍ଡ ତିଆରି କରିପାରିବେ । ଏଥିପାଇଁ ଟଙ୍କା ଖର୍ଚ୍ଚ କରିବାକୁ ପଡିବନି । ବିଭାଗୀୟ ଅଧିକାରୀଙ୍କ କହିବା ଅନୁଯାୟୀ ଖୁବଶୀଘ୍ର ଡାକଘରେ ଆଧାର କାର୍ଡ ତିଆରି କରାଯାଉଥିବା ଉପକରଣ ତିଆରି କରାଯିବ ।