ପ୍ରେମ ପାଇଁ ବିହାରରୁ ବଲାଙ୍ଗୀର ଚାଲିଆସିଛନ୍ତି ଯୁବତୀ। ପ୍ରେମିକ ଘର ଆଗରେ ପ୍ରେମିକାଙ୍କ ଧାରଣା।

149

କନକ ବ୍ୟୁରୋ: ପ୍ରେମ ପାଇଁ ବିହାରରୁ ବଲାଙ୍ଗୀର । ବଲାଙ୍ଗୀରର ପ୍ରେମିକ ପ୍ରେମ କରି ବିହାରରୁ ଫେରାର ହୋଇଯାଇଛି । ଆଉ ନ୍ୟାୟ ପାଇଁ ଏବେ ତାଙ୍କ ଘରେ ପହଞ୍ଚି ଛନ୍ତି ପ୍ରେମିକା । ବଲାଙ୍ଗୀର ମାଲପଡାର ବ୍ୟବସାୟୀ ଏମଡି ଆଜମ ଅଲ୍ଲୀ ବିହାରରେ ଜଣେ ଛାତ୍ରୀଙ୍କୁ ଭଲ ପାଇବା ସହ ବିବାହର ପ୍ରତିଶ୍ରୁତି ଦେଇଥିଲେ । ତେବେ ପରେ ବାହାହେବାକୁ ମନା କରିଦେଇଥିଲେ । ତେବେ ଛାତ୍ରୀ ଜଣଙ୍କ ନିଜ ମାଆ ସହ ବଲାଙ୍ଗୀରରେ ପହଞ୍ଚି ତାଙ୍କ ପରିବାର ସହ ଆଲୋଚନା କରି ସମାଧାନ ପାଇଁ ଚାହିଁଥିଲେ କିନ୍ତୁ ଆଜମ ଅଲ୍ଲୀଙ୍କ ପରିବାର ଉଭୟଙ୍କ ନାଁରେ ମିଛ କେସ ଦେଇ ଥାନାରେ ଅଭିଯୋଗ କରିଥିଲେ । ତେବେ ବଲାଙ୍ଗୀର ଟାଉନଥାନାରେ ସବୁକଥା ଜଣାପଡିବା ପରେ ସେମାନଙ୍କୁ ଥାନାରୁ ଛଡାଯାଇଥିଲା । ସେମାନେ ପୁଣି ଯେତେବେଳେ ଆଜମଙ୍କ ଘରକୁ ଯାଇଥିଲେ ସେମାନଙ୍କୁ ଗାଳିଗୁଲଜ କରିବା ସହ କବାଟ ତାଲାପକାଇ ରଖିଥିବା ଦେଖିବାକୁ ମିଳିଛି ।