ଥଣ୍ଡା ପାନୀୟ ଭାବେ ଗୁଲି ସୋଢ଼ା ପିଉଥିଲେ ସାବଧାନ। କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରେ ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହେଉଛି ସୋଢ଼ା।

123

କନକ ବ୍ୟୁରୋ:  ବଜାରରେ ବିକ୍ରି ହେଉଛି ଗୁଲି ସୋଢା । ମାତ୍ର ୧୦ ଟଙ୍କାରେ ମିଳୁଥିବା ଏହି ସୋଢାକୁ ଲୋକେ ଖୁସିରେ ପିଉଥିବା ବେଳେ ଏମାନଙ୍କର କୌଣସି ମ୍ୟାନୁଫାକ୍ଚରିଙ୍ଗ କିମ୍ବା ଏକ୍ସପାରୀ ଡେଟ୍ ମଧ୍ୟ ନାହିଁ । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ବଡମୋହନପୁର ଅଞ୍ଚଳରେ ଏହି ସୋଢା ତିଆରି କେନ୍ଦ୍ର ରହିଛି । ଅପରିଷ୍କାର ନଳକୂପର ପାଣିରେ ବୋତଲଗୁଡିକୁ ଧୁଆ ହେଉଛି । ଆଉ ଏହି ପାଣିରେ ହିଁ କେମିକାଲ ମିଶ୍ରଣ କରି ସୋଢା ପ୍ରସ୍ତୁତ ହେଉଛି । କାହା ଅନୁମୁତିରେ ଏଭଳି ସୋଢା ପ୍ରସ୍ତୁତ ହେଉଛି ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । କମ୍ପାନୀର କୌଣସି ରେଜିଷ୍ଟ୍ରେସନ ନଥିବା ବେଳେ କେମିତି ଏହାକୁ ବିକ୍ରି ପାଇଁ ଅନୁମତି ମଧ୍ୟ ଦିଆଯାଉଛି ତାକୁ ନେଇ ଜନସ୍ୱାସ୍ଥ୍ୟ ବିଭାଗ ଉପରେ ପ୍ରଶ୍ନ ଉଠୁଛି ।