ମହୁ ଲୋଭରେ ଗଛରେ ଚଢିଫସିଲା ଜଙ୍ଗଲୀ ଭାଲୁ । ଖାଦ୍ୟ ଅନ୍ୱେଷଣରେ ଆସି ନବରଙ୍ଗପୁର ଡେଙ୍ଗାଗୁଡ଼ା ଗାଁ ନିକଟ ଥିବା ସିମିଳି ଗଛରେ ଚଢିଥିଲା

178

କନକ ବ୍ୟୁରୋ: ମହୁ ଖାଇବାକୁ ଯାଇ ଗଛ ଉପରେ ଚଢ଼ି ଫସିଲା ଜଙ୍ଗଲୀ ଭାଲୁ । ଖାଦ୍ୟ ଅନ୍ୱେଷଣରେ ଆସି ବିଳମ୍ବିତ ରାତିରେ ନବରଙ୍ଗପୁର ଡେଙ୍ଗାଗୁଡ଼ା ଗାଁ ନିକଟରେ ଥିବା ଏକ ସିମିଳି ଗଛ ଉପରେ ଫସି ରହିଥିଲା ଭାଲୁ । ବନବିଭାଗ ଉଦ୍ୟମରେ ଭାଲୁଟି ତଳକୁ ଓହ୍ଲାଇ ଜଙ୍ଗଲ ମୁହାଁ ହୋଇଛି । ସୂଚନା ଅନୁସାରେ ଡେଙ୍ଗାଗୁଡ଼ା ଗାଁ ନିକଟରେ ଥିବା ସିମିଳି ଗଛରେ ଅନେକ ମହୁଫେଣା ରହିଛି । ବିଳମ୍ବିତ ରାତିରେ ନିକଟସ୍ଥ ଜଙ୍ଗଲରୁ ଏକ ଭାଲୁ ମହୁଫେଣା ଖାଇବା ଲୋଭରେ ଏହି ଗଛ ଉପରେ ଚଢ଼ିଥିଲା । ପରେ ଭାଲୁ ମହୁଫେଣା ମଧ୍ୟ ଖାଇଥିଲା । ସକାଳୁ ସକାଳୁ ଲୋକମାନେ ଗଛରେ ଭାଲୁଟିକୁ ଦେଖି ସେଠାରେ ଭିଡ଼ ଜମାଇଥିଲେ । ଘଟଣା ସ୍ଥଳରେ ବନବିଭାଗ ପହଞ୍ଚି ଲୋକଙ୍କୁ ଘଟଣାସ୍ଥଳରୁ ଖାଲି କରିଥିଲେ । ଏହା ପରେ ଭାଲୁଟି ଗଛରୁ ଓହ୍ଲାଇ ଜଙ୍ଗଲମୁହାଁ ହୋଇଥିଲା ।