ସ’ ମିଲରେ ଲାଗିଲା ଭୟଙ୍କର ନିଆଁ । ପୋଡିଗଲା କୋଟିଏ ଟଙ୍କାରୁ ଅଧିକ କାଠ

108

କନକ ବ୍ୟୁରୋ : ପୁରୀ ତାଳବଣିଆ ଥାନା ନବକଳେବର ରୋଡ୍ ସ୍ଥିତ ଜଗନ୍ନାଥ ଟିମ୍ବରରେ ଭୟାବହ ଅଗ୍ନିକାଣ୍ଡ । ଗତକାଲି ବିଳମ୍ବିତ ରାତିରେ ଏହି ସ’ ମିଲରେ ନିଆଁ ଲାଗିବାରୁ କୋଟିଏ ଟଙ୍କାରୁ ଅଧିକ କାଠ ପୋଡି ଯାଇଥିବା ଜଣାପଡ଼ିଛି । ଅଗ୍ନିଶମ କର୍ମଚାରୀ ପହଂଚି ନିଆଁକୁ ଆୟତ କରିବାକୁ ଉଦ୍ୟମ କରିଥିଲେ । ପାଖାପାଖି ୧ ଘଂଟା ଧରି ନିଆଁ ଜଳୁଥିଲା । ଦୀର୍ଘ ସମୟର ପରିଶ୍ରମ ପରେ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ କରିଥିଲେ । ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ ।