ସାଲେପୁରରେ ଜମୁଛି ପ୍ରଚାର: ଗାଁ ଗାଁରେ ବୁଲି ଭୋଟରଙ୍କୁ ଭେଟୁଛନ୍ତି ବିଜେପି ପ୍ରାର୍ଥୀ ଅରିନ୍ଦମ ରାୟ

241

କନକ ବ୍ୟୁରୋ: ସାଲେପୁର ନିର୍ବାଚନ ମଣ୍ଡଳିରେ ଏଥର ଦମଦାର ଲଢେଇ ହେବ । ବିଜେଡି ଓ କଂଗ୍ରେସକୁ ମାତ ଦେବାରୁ ଦିନ ରାତି ଏକ କରି ପ୍ରଚାରରେ ଲାଗିଛନ୍ତି ବିଜେପି ପ୍ରାର୍ଥୀ ଅରିନ୍ଦମ ରୟ । ବିଭିନ୍ନ ଅଂଚଳକୁ ଯାଇ ଲୋକଙ୍କୁ ଭେଟୁଛନ୍ତି । ନିଜ ସପକ୍ଷରେ ଭୋଟ ମାଗିବା ସହ ପଦ୍ମଫୁଲକୁ ଜିତାଇବା ପାଇଁ ନିବେଦନ କରୁଛନ୍ତି । ଦଳୀୟ କର୍ମୀ ଓ ସମର୍ଥକଙ୍କୁ ନେଇ ସଭା କରୁଛନ୍ତି । ଆଜି ସକାଳୁ ସକାଳୁ ପୂଜା କରି ଆଶୀର୍ବାଦ ଭିକ୍ଷା କରିଛନ୍ତି ଅରିନ୍ଦମ । ସାଲେପୁର କେରେଙ୍ଗା ମିରିଗିଠେଙ୍ଗ ବଟ ମହାବୀରଙ୍କ ନିକଟରେ ମାନସିକ ପୂଜା କରିଛନ୍ତି । ମହାବୀରଙ୍କୁ ପୂଜା କରିବା ପରେ ନିର୍ବାଚନ ରଣନୀତିକୁ ନେଇ କର୍ମୀଙ୍କ ସହ ଆଲୋଚନା କରିଛନ୍ତି ଅରିନ୍ଦମ । ତେବେ ବିଜେପି ପକ୍ଷରୁ ଅରିନ୍ଦମଙ୍କୁ ବିଳମ୍ବରେ ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ସେ ପ୍ରଚାର ମଇଦାନରେ ବେଶ ଆଗୁଆ ଅଛନ୍ତି ।