ନିଆରା ଢଙ୍ଗରେ ନାମାଙ୍କନ: କାନ୍ଧରେ ହଳ ଲଙ୍ଗଳ ଧରି ସମର୍ଥକଙ୍କ ସହ ଚାଲି ଚାଲି ଯାଇ ନାମାଙ୍କନ ଭରିଲେ ନିମାଇଁ ରାୟ

65

କନକ ବ୍ୟୁରୋ: ନିଆରା ଢଙ୍ଗରେ ପ୍ରାର୍ଥୀଙ୍କ ନାମାଙ୍କନ । କାନ୍ଧରେ ହଳ ଲଙ୍ଗଳ ଧରି ସମର୍ଥକଙ୍କ ସହ ଚାଲି ଚାଲି ଯାଇ ନାମାଙ୍କନ ଭରିଛନ୍ତି ନବନିର୍ମାଣ କୃଷକ ସଂଗଠନର ପ୍ରାର୍ଥୀ । ବରୀ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ନିମାଇ ରାୟ ନାମାଙ୍କନ ପୂର୍ବରୁ ଏଭଳି ପ୍ରଦର୍ଶନ କରିଛନ୍ତି । ଚାଷୀଙ୍କ ପାଇଁ ପ୍ରାଇସ, ପେନସନ ଓ ପ୍ରେଷ୍ଟିଜ ଦାବି କରି ଦୀର୍ଘଦିନ ଧରି ପ୍ରଚାର କରୁଥିବା ଏହି ସଂଗଠନ ଆଜି ନିଆରା ପ୍ରଚାର କରିଛି ।