୨୦୨୪ ସାଧାରଣ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଅଙ୍କକଷା । ଆଜି ନବୀନ ନିବାସରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

147

କନକ ବ୍ୟୁରୋ : ୨୦୨୪ ସାଧାରଣ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଅଙ୍କକଷା । ଆସନ୍ତା ୨୪ ନିର୍ବାଚନରେ ଦଳ କେମିତି ଭଲ ପ୍ରଦର୍ଶନ କରିବ, ସେ ନେଇ ତିନି ଦଳ ମାନସମନ୍ଥନ ଆରମ୍ଭ କରିଛନ୍ତି । ଆଜି ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ସଂଗଠନକୁ ବିସ୍ତାର କରି ଦଳ ପୁଣି ୨୪ରେ କେମିତି ବହୁମତରେ ସରକାର ଗଠନ କରିବ, ସେନେଇ ଆରମ୍ଭ ହୋଇଯାଇଛି ରଣନୀତି ।

ସେହିପରି ଆସନ୍ତା ୧୭ ତାରିଖରେ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ଯେଉଁଥିରେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲଙ୍କ ସହ ବିଭିନ୍ନ ଜିଲ୍ଲାର ସଭାପତି, ପ୍ରଭାରୀ ଓ ପଦାଧିକାରୀ ଏବଂ କୋର୍ ଟିମ୍ ସଦସ୍ୟମାନେ ଉପସ୍ଥିତ ରହିବେ ।