ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହେଲେ ପୁଅ ଅର୍ଜୁନ । ରଣଜୀର ପଦାର୍ପଣ ମ୍ୟାଚରେ ଶତକ ହାସଲ

220

କନକ ବ୍ୟୁରୋ : ସଚିନ୍ ତେନ୍ଦୁଲକରଙ୍କ ସମକକ୍ଷ କଲେ ପୁଅ ଅର୍ଜୁନ ତେନ୍ଦୁଲକର । ରଣଜୀ ପଦାର୍ପଣରେ ଶତକ ହାସଲ କରିଛନ୍ତି ଅର୍ଜୁନ । ୧୯୮୮ ରଣଜୀ ଟ୍ରଫିରେ ସଚିନ୍ ମୁମ୍ବାଇ ପକ୍ଷରୁ ଗୁଜରାଟ ବିପକ୍ଷରେ ପଦାର୍ପଣ କରି ଶତକ ଅର୍ଜନ କରିଥିଲେ । ସେତେବେଳେ ସଚିନଙ୍କୁ ୧୫ ବର୍ଷ ହୋଇଥିଲା । ୩୪ ବର୍ଷ ପରେ ପୁଅ ୨୩ ବର୍ଷିୟ ଅର୍ଜୁନ ଗୋଆ ପକ୍ଷରୁ ରାଜସ୍ଥାନ ବିପକ୍ଷରେ ପଦାର୍ପଣ ମ୍ୟାଚ୍ ଖେଳୁଛନ୍ତି । ପେସ୍ ବୋଲର ଭାବେ କ୍ୟାରିୟର ଗଢୁଥିବା ଅର୍ଜୁନ ୨୦୭ଟି ବଲରୁ ୧୨୦ ରନର ଇନିଂସ ଖେଳିଥିଲେ ।

ପ୍ରଥମ ଦିନରେ ଅର୍ଜୁନ ୪ ରନ୍ କରି ଅପରାଜିତ ରହିଥିଲେ । ଦ୍ୱିତୀୟ ଦିନରେ ଶତକ ହାସଲ କରିଥିଲେ ଅର୍ଜୁନ ତେନ୍ଦୁଲକର । ବଡ଼ କଥା ହେଉଛି ୧୯୮୮ ଡିସେମ୍ବର ୧୧ ତାରିଖରେ ସଚିନ୍ ଶତକ କରିଥିଲେ । ଅର୍ଜୁନ୍ ଡିସେମ୍ବର ମାସରେ ହିଁ ଶତକ ହାସଲ କରିଛନ୍ତି । ପ୍ରଥମ ଶ୍ରେଣୀ କ୍ରିକେଟରେ ଶତକ ହାସଲ କରିବାରେ ସର୍ବକନିଷ୍ଠ ଭାରତୀୟ ହୋଇଥିଲେ ସଚିନ୍ ।