ସୁନା ସୋ’ ରୁମ୍ ଖାଲି କରିଦେଲେ ଡକାୟତି ଗ୍ୟାଙ୍ଗ: ଗଲା ବେଳେ ବାହାର ପଟୁ ପକାଇଦେଲେ ସଟର୍

1,184

କନକ ବ୍ୟୁରୋ: ଯାଜପୁର ରୋଡରେ ସୋ ରୁମ୍ ଲୁଟ କଲେ ଡକାୟତ । ୭ ଜଣିଆ ଡକାୟତ ଆସି ଲୁଟିନେଲେ ସୋ ରୁମ୍ । ଗ୍ରାହକ ରୂପରେ ସୋ ରୁମକୁ ଆସିଥିଲେ ଡକାୟତି ଗ୍ୟାଙ୍ଗ । କର୍ମଚାରୀ ଓ ଗ୍ରାହକଙ୍କୁ ମାଡମାରି ଲୁଟିଲେ ସୁନା । ଡକାୟତଙ୍କ ଆକ୍ରମଣରେ ଦସ୍ୱବ କର୍ମଚାରୀ ଆହତ । ଦିନ ୧ଟାରୁ ସାଢେ ଗୋଟାଏ ସମୟର ଘଟଣା । ବନ୍ଧୁକ ଧରି ସୋ ରୁମକୁ ପଶିଥିଲେ ଡକାୟତ । ୧୨ କର୍ମଚାରୀ ଓ ଗ୍ରାହକଙ୍କୁ ବାଥରୁମରେ ବନ୍ଦ କରିଥିଲେ । ସୋ ରୁମ ସୁନାଗହଣା ପୋଛି ନେଇଗଲେ ଡକାୟତ । ଗଲାବେଳେ ବାହାର ପଟୁ ସଟର ପକାଇ ଦେଇଥିଲେ । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ଯାଜପୁର ଏସପି ଓ ପୋଲିସ । ୧୨ କୋଟି ଟଙ୍କାର ଗହଣା ଲୁଟିନେଲେ ଡକାୟତ ।