ଗେହଲଟ୍ ସରକାରକୁ ଚେତାବନୀ ଦେଲେ ପାଇଲଟ୍ । କହିଲେ, ମୁଁ କୌଣସି ପଦରେ ନରହିଲେ ବି, ରାଜସ୍ଥାନବାସୀଙ୍କ ସେବା କରିବି ।

168

କନକ ବ୍ୟୁରୋ: ଅଶୋକ ଗେହଲଟଙ୍କୁ ଚେତାବନୀ ଦେଲେ ସଚିନ ପାଇଲଟ୍ । ସୋମବାର କଂଗ୍ରେସ ନେତା ସଚିନ ପାଇଲଟଙ୍କ ଜନ ସଂଘର୍ଷ ଯାତ୍ରାର ଶେଷ ଦିନ ଥିଲା । ଏହି ସମୟରେ ସେ କହିଛନ୍ତି ଯେ, ମୋ କାମ କରିବାର ତରିକା, ମୋ ନିଷ୍ଠା ଉପରେ ମୋ ବିରୋଧୀ ବି ଆଙ୍ଗୁଠି ଉଠାଇପାରିବେ ନାହିଁ । ମୁଁ କୌଣସି ପଦରେ ରୁହେ, କି ନ ରୁହେ ହେଲେ ଅନ୍ତିମ ନିଶ୍ୱାସ ପର୍ଯ୍ୟନ୍ତ ରାଜସ୍ଥାନ ଜନତାଙ୍କ ସେବା କରିବି ବୋଲି କହିଛନ୍ତି ସଚିନ ପାଇଲଟ୍ ।

ଅନ୍ୟପଟେ ଚଳିତ ମାସ ଶେଷ ସୁଦ୍ଦା ଯଦି ତାଙ୍କର ଦାବି ପୂରଣ ନକରାଯାଏ, ତେବେ ସେ ଯୁବବର୍ଗଙ୍କ ପାଇଁ ସାରା ରାଜ୍ୟରେ ଆନ୍ଦୋଳନ କରିବେ । ଆଉ ଲୋକଙ୍କ ସହ ପଦଯାତ୍ରାରେ ବାହାରିବେ ବୋଲି ଚେତାବନୀ ଦେଇଛନ୍ତି । ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ କାହା ଉପରେ କିଛି ବି ଆରୋପ ଲଗାଇନାହାଁନ୍ତି, କାହାକୁ କିଛି ବି ଭୁଲ କଥା କହିନାହାଁନ୍ତି । ଆପଣ ମୋତେ ଗାଳି ଦେଇପାରନ୍ତି, ହେଲେ ଜନତା ହିଁ ଜନାର୍ଦ୍ଦନ । ସେମାନେ ହି ସବୁ ଘଟଣାର ବିଚାର କରିବେ ବୋଲି ପାଇଲଟ୍ ଆଜି ପ୍ରତିକ୍ରିୟା ରଖିଛନ୍ତି ।

ରାଜସ୍ଥାନର ଏହି ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମର ସଂଘର୍ଷ କୌଣସି ନେତା ବିରୁଦ୍ଧରେ ନୁହେଁ । ଏହି ବିରୋଧ ଭ୍ରଷ୍ଟାଚାର ବିରୋଧରେ । ରାଜସ୍ଥାନରେ ଯେତେବେଳେ, ଆମ ସରକାର ହଟିଥିଲା, ସେତେବେଳେ ଆମ ପାଖରେ ବହୁତ କମ ସିଟ୍ ଥିଲା । ଏପରି ସମୟରେ ମୋତେ କଂଗ୍ରେସର ଅଧ୍ୟକ୍ଷ କରାଯାଇଥିଲା । ଆଗାମୀ ୫ ବର୍ଷ ଆମେ ସାଥୀ ହେଇ କାମ କରିଥିିଲୁ । ବସୁନ୍ଧରା ରାଜେଙ୍କ ଶାସନରେ ଭ୍ରଷ୍ଟାଚାର ବିରୋଧରେ ଲଢିଥିଲୁ । ହେଲେ ଏବେ ଆମ ସରକାର ଉପରେ ଏପରି ଆରୋପ ଲାଗିଛି, ଆଉ କୌଣସି ବି କାର୍ଯ୍ୟାନୁଷ୍ଠାନ ହୋଇନି ।