କୋଟିଆବାସୀଙ୍କ ପାଇଁ ଖୁସି ଖବର: କାର୍ଯ୍ୟକ୍ଷମ ହେଲା ଶୀତଳ ଭଣ୍ଡାର, ମାସ ମାସ ପର୍ଯ୍ୟନ୍ତ ଷ୍ଟ୍ରବେରି ସହ ବିଭିନ୍ନ ପରିବା ରହିବ ସଂରକ୍ଷିତ

67

କନକ ବ୍ୟୁରୋ: କମ୍ ଦରରେ ଆଉ ଷ୍ଟ୍ରବେରି ବିକିବେନି କୋଟିଆବାସୀ । ପାହାଡ ଉପରୁ ଆମଦାନୀ ପନିପରିବା ବି କମ୍ ଦରରେ ବିିକିବେନି । ଏଥର ଦଲାଲ ଶିଖିବେ ବୁଦ୍ଧି । ଲୋକଙ୍କୁ ଠକି ମାଲାମାଲ ହେଉଥିବା ଦଲାଲ ଏବେ ଆଉ କୌଣସି ହାଲରେ ଠକିପାରିବେନି । କୋଟିଆବାସୀଙ୍କ ଷ୍ଟ୍ରବେରୀ ଚାହିଦା ଏବେ ବହୁତ । ତେବେ ଚାଷୀଙ୍କ ବାରମ୍ବାର ଅନୁରୋଧ ରଖି କୋଟିଆରେ କାର୍ଯ୍ୟକ୍ଷମ ହୋଇଛି ଶୀତଳ ଭଣ୍ଡାର । ଯାହାକି ମୋବାଇଲ ଆପ୍ରେ ଚାଲିବ । ଆଉ ଷ୍ଟ୍ରବେରି ସବୁୁ ମାସକ ପଯ୍ୟନ୍ତ ସଂରକ୍ଷିତ ରଖାଯାଇପାରିବ । ଶୀତଳ ଭଣ୍ଡାର ଦାୟିତ୍ୱରେ ରହିବେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ । ଷ୍ଟ୍ରବେରି ଓ ବିଭିନ୍ନ ପନିପରିବା କିଭଳି ସଂରକ୍ଷିତ କରି ରଖିବ ସେ ନେଇ ମହିଳା ମାନଙ୍କୁ ତାଲିମ ଦିଆଯଇଛି । ଏହାସବୁ ମୋବାଇଲ ଆପ ଜରିଆରେ ହୋଇପାରିବ । ତେବେ ଏହି କୋଟିଆବାସୀଙ୍କ ସମସ୍ତ ସୁବିଧା ସହ କର୍ମ ନିଯୁକ୍ତି ଦେବାକୁ ରାଜ୍ୟ ସରକାର ଚଳାଇଛନ୍ତି ଉଦ୍ୟମ । । ଆନ୍ଧ୍ର ଉପରେ ନିଭର୍ରଶୀଳ ନହୋଇ କିପରି ସ୍ୱାବଲମ୍ବୀ ହୋଇପାରିବ ସେ ପାଇଁ ଏହିଭଳି ସବୁିଧା ସୁଯୋଗ ଯୋଗାଉଛି ।