ନିଆରା ଢଙ୍ଗରେ ପାଳିତ ହୋଇଛି ନେତାଜୀଙ୍କ ଜୟନ୍ତୀ: ଲୁହା ନିର୍ମିତ ନେତାଜୀଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାଞ୍ଜଳି

96

କନକ ବ୍ୟୁରୋ: ନିଆରା ଢଙ୍ଗରେ ପାଳିତ ହୋଇଛି ନେତାଜୀଙ୍କ ଜୟନ୍ତୀ । ସ୍ୱାଧିନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ବିଭିିନ ସ୍ଥାନରେ ପାଳନ ହେଉଛି । ତେବେ ବ୍ରହ୍ମପୁର ସରକାରୀ ଆଇଟିଆଇ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଏହାକୁ ଏକ ଭିନ୍ନ ଢଙ୍ଗରେ ପାଳନ କରିଛନ୍ତି ।। ଅଦରକାରୀ ଲୁହା ସାମଗ୍ରୀରେ ନେତାଜୀଙ୍କ ପ୍ରତିମୂର୍ତି ତିଆରି କରି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି । ପାଖାପାଖି ୧୫୦କିଲୋଗ୍ରାମ ଅଦରକାରୀ ଲୁହା ସାମଗ୍ରୀ ସଂଗ୍ରହ କରି ଦୀର୍ଘ ୧୫ ରୁ ୧୭ ଦିନ ଲାଗି ତିଆରି କରିଛନ୍ତି ଏହି ପ୍ରତିମୂର୍ତି । ଶିକ୍ଷାନୁଷ୍ଠାନର ବିଭିନ୍ନ ବିଭାଗର ୬୦ ରୁ ୭୦ ଛାତ୍ରଛାତ୍ରୀ ଦିନ ରାତି ପରିଶ୍ରମ କରି ଏହି ପ୍ରତିମୂର୍ତି ଗଢିଛନ୍ତି । ପ୍ରତିମୂର୍ତିର ଉଚ୍ଚତା ୫ଫୁଟ ୫ଇଂଚ ରହିଥିବା ବେଳେ ଆଜି ନେତାଜୀଙ୍କ ଜନ୍ମ ଜୟନ୍ତୀ ଅବସରରେ ଏହି ପ୍ରତିମୁର୍ତି ଉନ୍ମୋଚିତ ହୋଇଛ ିା