ଆମେରିକୀୟ ମିଶନ ଆଧାରରେ ୮୨ ହଜାର ଭାରତୀୟ ଛାତ୍ରଛାତ୍ରୀଙ୍କୁ ମିଳିଲା ଭିସା । କୋଭିଡ଼ କାରଣରୁ ଗତବର୍ଷ ଭିସା ପ୍ରଦାନରେ ହୋଇଥିଲା ବିଳମ୍ବ

80

କନକ ବ୍ୟୁରୋ : ଆମେରିକୀୟ ମିଶନ୍ ଆଧାରରେ ୮୨ହଜାର ଭାରତୀୟ ଛାତ୍ରଙ୍କୁ ଭିସା ପ୍ରଦାନ କରାଯାଇଛି । ଯାହା ପୂର୍ବବର୍ଷ ତୁଳନାରେ ସର୍ବାଧିକ । ଅର୍ଥାତ୍ ଅନ୍ୟ ଦେଶ ଗୁଡ଼ିକ ତୁଳନାରେ ଭାରତୀୟ ଛାତ୍ରମାନେ ଅଧିକ ସଂଖ୍ୟାରେ ଆମେରିକୀୟ ଭିସା ପାଇଛନ୍ତି । ଦିଲ୍ଲୀରେ ଥିବା ଆମେରିକୀୟ ଦୂତାବାସ ଓ ଚେନ୍ନାଇ, ହାଇଦ୍ରାବାଦ, କୋଲକାତା ଓ ମୁମ୍ବାଇରେ ଥିବା ବାଣିଜ୍ୟିକ ଦୂତାବାସ ମେ’ ମାସରେ ଆବେଦନ ପ୍ରକ୍ରିୟାକୁ ପ୍ରାଥମିକତା ଦେଇଥିଲେ ।

କୋଭିଡ୍ କାରଣରୁ ଗତବର୍ଷ ଭିସା ପ୍ରଦାନ କରିବାରେ ବିଳମ୍ବ ହୋଇଥିଲା । କିନ୍ତୁ ଚଳିତ ବର୍ଷ ଅଧିକ ସଂଖ୍ୟାରେ ଛାତ୍ରମାନଙ୍କୁ ଭିସା ପ୍ରଦାନ କରାଯାଇଥିବା କହିଛନ୍ତି ଭାରତରେ ଥିବା ଆମେରିକୀୟ କୁଟନୀତିଜ୍ଞ ପାଟ୍ରିସିଆ ଲାସିନା । ଆମେରିକାରେ ପାଠ ପଢ଼ୁଥିବା ସବୁ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଭାରତୀୟ ଛାତ୍ରଛାତ୍ରୀଙ୍କ ହାର ୨୦ ପ୍ରତିଶତ ରହିଛି । ୨୦୨୦-୨୧ ଶିକ୍ଷା ବର୍ଷରେ ଭାରତର ଦେଢ଼ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଆମେରିକାରେ ଅଧ୍ୟୟନ କରିଥିଲେ । ମହାମାରୀ ସମୟରେ ମଧ୍ୟ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କ ପାଇଁ ଆମେରିକୀୟ ଅନୁଷ୍ଠାନ ଖୋଲା ରହିଥିଲା ।