ବିଦେଶ ଗସ୍ତରେ ଆଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ : ୮ ବର୍ଷ ଶାସନ କାଳରେ ୬୦ ଦେଶ ଭ୍ରମଣ କରିଛନ୍ତି,୧୧୦ ଥର ଯାଇଛନ୍ତି ବିଦେଶ

244

କନକ ବ୍ୟୁରୋ : ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୮ ବର୍ଷ କାର୍ଯ୍ୟକାଳ ମଧ୍ୟରେ ତାଙ୍କର ବିଦେଶ ଭ୍ରମଣକୁ ନେଇ ଚର୍ଚ୍ଚା ହେଉଛି । ମୋଦୀ ପ୍ରଧାନମନ୍ତ୍ରୀ ହେବାର ୮ ବର୍ଷ ମଧ୍ୟରେ ୬୦ ଟି ଦେଶ ପରିଭ୍ରମଣ କରିଛନ୍ତି । ଏହି ସମୟ ମଧ୍ୟରେ ମୋଦି ୧୧୦ ଥର ବିଦେଶ ଗସ୍ତରେ ଯାଇଛନ୍ତି । ଯଦି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସହ ତୁଳନା କରାଯାଏ ମୋଦୀ ଅଧିକ ବିଦେଶ ଗସ୍ତ କରିଛନ୍ତି । ମନମୋହନ ସିଂ ତାଙ୍କର ଦୁଇ ଟର୍ମର ୧୦ ବର୍ଷ କାର୍ଯ୍ୟକାଳ ମଧ୍ୟରେ ୭୩ ଥର ବିଦେଶ ଗସ୍ତ କରିଛନ୍ତି ।

କିନ୍ତୁ ମୋଦୀଙ୍କ ଦ୍ୱିତୀୟ ପାଳିର ୨ ବର୍ଷ ବାକି ରହିଥିଲେ ମଧ୍ୟ ସେ ମନମୋହନ ସିଂଙ୍କଠାରୁ ୩୭ ଥର ଅଧିକ ବିଦେଶ ଗସ୍ତ କରିଛନ୍ତି । ସବୁଠୁ ଅଧିକ ସେ ଆମେରିକା ୭ ଥର ଗସ୍ତ କରିଛନ୍ତି । ସେହିପରି ଫ୍ରାନ୍ସ, ଜର୍ମାନୀ, ଋଷିଆ ଏବଂ ଚୀନକୁ ୫ ଥର ଲେଖାଏଁ ଗସ୍ତ କରିଛନ୍ତି । ୨୦୧୫ ରେ ମୋଦୀ ସର୍ବାଧିକ ୨୮ ଥର ବିଦେଶ ଗସ୍ତ କରିଛନ୍ତି । ସେହିପରି ୨୦୧୮ରେ ୨୦ ଥର ବିଦେଶ ଗସ୍ତ କରିଥିବା ବେଳେ ୨୦୧୯ରେ ୧୪ ଥର ବିଦେଶ ଗସ୍ତ କରିଛନ୍ତି । ତେବେ କରୋନା ମହାମାରୀ ଯୋଗୁଁ ମୋଦୀଙ୍କ ଗସ୍ତରେ ସାମାନ୍ୟ ବାଧା ସୃଷ୍ଟି ହୋଇଛି ।