କୋଟିପତି ବାପାଙ୍କ ୮ ବର୍ଷର ଝିଅ ନେଲା ସନ୍ନ୍ୟାସ । ପିଲାବେଳୁ ଭିନ୍ନ ଥିଲା ଦେବାଂଶୀଙ୍କ ଜୀବନଶୈଳୀ

413

କନକ ବ୍ୟୁରୋ: ସୁରଟର ଖ୍ୟାତନାମା ହୀରାବେପାରୀ ତଥା ହୀରା ବ୍ୟବସାୟ ଦୁନିଆଁର ପିତାମହ କୁହାଯାଉଥିବା ମୋହନ ସଂଘବୀଙ୍କ ନାତୁଣୀ ମାତ୍ର ୮ ବର୍ଷରେ କଠୋର ସନ୍ନ୍ୟାସ ନେଇଛନ୍ତି । ଖେଳକୁଦ ବୟସରେ ହୀରା ବେପାରୀ ଧନେଶ ସାଂଘବୀଙ୍କ ଝିଅ ଦେବାଂଶୀ ସାଂଘବୀ ଜୈନ ଧର୍ମରେ ସନ୍ନ୍ୟାସ ଗ୍ରହଣ କରିଛନ୍ତି ।

ଗଣମାଧ୍ୟମର ସୂଚନା ମୁତାବକ, ଦେବାଂଶୀ ୩୬୭ ଦୀକ୍ଷା ଇଭେଣ୍ଟରେ ଭାଗ ନେଇଥିଲେ । ଏହାପରେ ସେ ସନ୍ନ୍ୟାସ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ଘର ଲୋକଙ୍କ କହିବା ମୁତାବକ, ପିଲାବେଳେ ଦେବାଂଶୀର ଜୀବନଶୈଳୀ ସବୁଠାରୁ ଭିନ୍ନ । ସେ ଆଜି ଯାଏଁ ନା କେବେ ଟିଭି ଦେଖିଛି ନା ଥିଏଟର ଯାଇଛି । ଏତିକି ନୁହେଁ ସେ କେବେବି ରେଷ୍ଟୁରାଣ୍ଟ ମଧ୍ୟ ଯାଇନାହିଁ । ଦେବାଂଶୀ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ ହୋଇଥାନ୍ତା । ହେଲେ ଏସବୁଥିରୁ ଦୂରେଇ ରହି ଶେଷରେ ଏହି କୋମଳ ବୟସରେ ସନ୍ନ୍ୟାସ ନେଇଛି ଦେବାଂଶୀ ।