ହକି ପାଇଁ ଲୋକଙ୍କୁ ମିଳୁନାହିଁ ଟିକେଟ୍ କି ପାସ୍ : ସୋସିଆଲ ମିଡ଼ିଆରେ କଳାବଜାରୀ; ୫ଜଣଙ୍କୁ ଗିରଫ କଲା ସହିଦନଗର ପୋଲିସ

149

କନକ ବ୍ୟୁରୋ : ହକି ପାଇଁ ଲୋକଙ୍କୁ ମିଳୁନାହିଁ ଟିକେଟ୍ କି ପାସ୍ । କିନ୍ତୁ ସୋସିଆଲ ମିଡ଼ିଆରେ ହେଉଛି ଟିକେଟ୍ କଳାବଜାରୀ । ଅଭିଯୋଗ ପରେ ୫ଜଣଙ୍କୁ ଅଟକ ରଖିଲା ସହିଦନଗର ପୋଲିସ । ୧୦୦ ଟଙ୍କାରେ ଟିକେଟ୍ କିଣି ହଜାରେ ଟଙ୍କାରେ ବିକ୍ରି କରୁଥିଲେ ଦଲାଲ । ସେହିପରି ୨୦୦ ଟଙ୍କାରେ କିଣି ଦୁଇ ହଜାର ଟଙ୍କାରେ ବିକ୍ରି କରୁଥିବା ଜଣାପଡ଼ିଛି । ଚଢ଼ା ଦରରେ ବିକ୍ରି କରିବା ପାଇଁ ସୋସିଆଲ ମିଡ଼ିଆରେ ବିଜ୍ଞାପନ ଦେଇଥିଲେ ଦଲାଲ ।

ହକି ମ୍ୟାଚ୍ ଟିକେଟ୍ ପାଇଁ ଦଲାଲଙ୍କୁ ଧରିବା ପରେ କଟକ ଡିସିପିଙ୍କ ସୂଚନା । ୩୫ଟି ଟିକେଟ ସମେତ ୧୦ହଜାର ୩୦୦ ଟଙ୍କା ଜବତ ହୋଇଛି । ଗୋଟିଏ ପଟେ ଭାରତ ମ୍ୟାଚ୍ ଦେଖିବା ପାଇଁ ରାଜଧାନୀବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଭରି ରହିଛି । ଫଳରେ ଟିକେଟ୍ ପାଇଁ ହକି ପ୍ରେମୀ ଲମ୍ବା ଲାଇନ୍ ଲଗାଉଛନ୍ତି । ଏପଟେ ଏଭଳି କିଛି ଦଲାଲ ରହିଛନ୍ତି ଯେଉଁମାନେ ଏକକାଳୀନ ଅଧିକ ଟିକେଟ୍ ଆଣି ଏଭଳି କଳାବଜାରୀ କରୁଛନ୍ତି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।