ଇଣ୍ଡିଆନ୍ ପବ୍ଲିକ ସ୍କୁଲରେ ୭୪ ତମ ସାଧାରଣତନ୍ତ୍ର ଦିବସ ଓ ସରସ୍ଵତୀ ପୂଜା ପାଳିତ

55

କନକ ବ୍ୟୁରୋ: ଇଣ୍ଡିଆନ ପବ୍ଲିକ୍ ସ୍କଲୁରେ ୭୪ ତମ ସାଧାରଣତନ୍ତ୍ର ଦିବସ ଓ ସରସ୍ଵତୀ ପୂଜା ପାଳିତ ହୋଇଯାଇଛି । ଗୁରୁବାର ସକାଳ ନଅ ଘଟିକା ସମୟରର ଇଣ୍ଡିଆନ ପବ୍ଲିକ୍ ସ୍କଲୁ ପ୍ରାଙ୍ଗଣରେ ବିଦ୍ୟାଳୟର ଅଧ୍ୟକ୍ଷ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀଙ୍କ ଗହଣରେ ଏହି କାର୍ଯ୍ୟକ୍ରମ ଧୂମଧାମରେ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ନଗର ନିଗମର ଆସିଷ୍ଟାଣ୍ଟ କମିଶନର ରାକେଶ ଅଗ୍ରୱାଲ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ । ସର୍ବପ୍ରଥମେ ମୁଖ୍ୟ ଅତିଥି ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଜାତୀୟ ପତାକା ଉତ୍ତୋଳନ ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଇଥିଲା । ପତାକା ଉତ୍ତୋଳନ ପରେ ମାର୍ଚଫାଷ୍ଟ କରାର୍ଯାଇଥିଲା ।

ଏହାପରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ନୃତ୍ୟଗୀତର କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ତାଙ୍କ ଭାଷଣରେ କହିଥିଲେ, ଛାତ୍ରଛାତ୍ରୀ ହେଉଛନ୍ତି ଦେଶର ଭବିଷ୍ୟତ । ଶୃଙ୍ଖଳାର ସହିତ ଦେଶର ସ୍ଵାଧୀନତାକୁ ବଜାୟ ରଖିବା ସହିତ ସେମାନେ ନିଜ ଦେଶ ଓ ଜାତିର ମାନ ରକ୍ଷା କରିବାକୁ ତତ୍ପର ରହିବା ଆବଶ୍ୟକ । ଆହୁରି ମଧ୍ୟ, ସେ ବିଦ୍ୟାଳୟର ପରିବେଶକୁ ପ୍ରଶଂସା କରିବା ସହିତ ସ୍ୱଚ୍ଛତା ପାଇଁ ବିଦ୍ୟାଳୟକୁ ଜିଲ୍ଲା ସ୍ତରରର ପୁରସ୍କତୃ କରାଯାଇଛି ବୋଲି କହିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ସଚିନ ପାଠକ ତାଙ୍କ ଅଭିଭାଷଣରେ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତର କାମନା କରିବା ସହିତ ଦେଶ ଗଠନରେ ଛାତ୍ରଛାତ୍ରୀଙ୍କ ଭୂମିକା ବିଷୟରେ ଅବଗତ କରାଇଥିଲେ । ପରିଶେଷରେ, ବିଦ୍ୟାଳୟର ପ୍ରଧାନ ଛାତ୍ର ନୀରଜ ବେହେରା ଧନ୍ୟବାଦ ଜ୍ଞାପନ ପୂର୍ବକ କାର୍ଯ୍ୟକ୍ରମର ପରିସମାପ୍ତି ଘୋଷଣା କରିବା ସହିତ ସମସ୍ତଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।