ଆସିଲା ୭ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି । ସେମାନଙ୍କ ଗସ୍ତ ବିବରଣୀର ପୂରା ତଥ୍ୟ ଦେଲେ ସରକାର, କେଉଁଠୁ ଆସିଥିଲେ, କାହା ସଂସ୍ପର୍ଶରେ ଆସିଥିଲେ ଏବଂ କେଉଁଆଡ଼େ ଯାଇଥିଲେ ? ପଢ଼ନ୍ତୁ …

999

କନକ ବ୍ୟୁରୋ: ଆସିଲା ୭ କରୋନା ଆକ୍ରାନ୍ତ ଟ୍ରାଭେଲ ହିଷ୍ଟ୍ରି । ୮୪, ୮୫, ୮୬, ୮୭, ୮୮. ୮୯ ଏବଂ ୯୦ ନମ୍ବର କରୋନା ଆକ୍ରାନ୍ତଙ୍କ ପୂରା ଗସ୍ତ ବିବରଣୀ ଜାରି କରିଛନ୍ତି ରାଜ୍ୟ ସରକାର । ତେବେ ଏହି ସମସ୍ତ ଆକ୍ରାନ୍ତ ଭଦ୍ରକ, ବାଲେଶ୍ୱର ଏବଂ ଯାଜପୁରର ଅଛନ୍ତି । ଏମାନେ କେଉଁଠୁ ଆସିଛନ୍ତି ଏବଂ କେଉଁଆଡ଼େ ଯାଇଛନ୍ତି ଏମାନଙ୍କ ଗସ୍ତ ବିବରଣୀକୁ ଥରେ ଭଲ ଭାବେ ପଢ଼ନ୍ତୁ…

୮୪ ନମ୍ବର କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି

• ୭୦ ବର୍ଷୀୟ ବୟସ୍କା, ଯାଜପୁର କୋଡେଇବାଟି ଦଶରଥପୁର ଅଞ୍ଚଳର
• ୭୪ ନମ୍ବର କରୋନା ଆକ୍ରାନ୍ତଙ୍କ ଘନିଷ୍ଠ ସମ୍ପର୍କୀୟ
• ୨୨ ମାର୍ଚ୍ଚରୁ ୨୦ ଏପ୍ରିଲ ଯାଏଁ ହୋମ୍ କ୍ୱାରେଣ୍ଟାଇନରେ ଥିଲେ
• ୨୧ ଏପ୍ରିଲରୁ ୨୩ ଏପ୍ରିଲ ଯାଏଁ ସରକାରୀ କ୍ୱାରେଣ୍ଟିନରେ ଥିଲେ
• ୨୩ ଏପ୍ରିଲରେ ତାଙ୍କ ନମୂନା ପଜିଟିଭ୍ ଆସିଥିଲା
• ପଜିଟିଭ୍ ଆସିବା ଦିନ ହିଁ ଯାଜପୁରର କଳିଙ୍ଗନଗର ଟାଟା କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ

୮୫ ନମ୍ବର କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି

• ୨୧ ବର୍ଷୀୟ ଯୁବକ, ବାସୁଦେବପୁରର ଜାହାନପୁର ଯାଜପୁର ସଦର
• ୭୩ ନମ୍ବର ଆକ୍ରାନ୍ତଙ୍କ ସହ କୋଲକାତାରୁ ଫେରିଥିଲେ
• ୨୯ ମାର୍ଚ୍ଚରେ କୋଲକାତା ବଡ଼ବଜାରରୁ ଏକ ଭଡ଼ା ଗାଡ଼ିରେ ତାଙ୍କ ବାପା ଏବଂ ସହଯାତ୍ରୀଙ୍କ ସହ ବାହାରିଥିଲେ
• ୨୯ ମାର୍ଚ୍ଚରୁ ୨୦ ଏପ୍ରିଲ ହୋମ୍ କ୍ୱାରେଣ୍ଟାଇନରେ ଥିଲେ
• ୨୧ ଏପ୍ରିଲରୁ ୨୩ ଏପ୍ରିଲ ଯାଏଁ ସରକାରୀ କ୍ୱାରେଣ୍ଟିନରେ ଥିଲେ
• ୨୩ ଏପ୍ରିଲରେ ତାଙ୍କ ନମୂନା ପଜିଟିଭ୍ ଆସିଥିଲା
• ନମୂନା ପଜିଟିଭ ଆସିବା ଦିନ ହିଁ ଯାଜପୁରର କଳିଙ୍ଗନଗର ଟାଟା କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ

୮୬ ନମ୍ବର କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି

• ୪୮ ବର୍ଷିୟା ମହିଳା ବାସୁଦେବପୁରର ଯାଜପୁର ସଦର ଅଞ୍ଚଳର
• ୭୩ ନମ୍ବର ଆକ୍ରାନ୍ତଙ୍କ ଘନିଷ୍ଠ ସମ୍ପର୍କୀୟ
• ୨୨ ମାର୍ଚ୍ଚରୁ ୨୦ ଏପ୍ରିଲ ଯାଏଁ ହୋମ୍ କ୍ୱାରେଣ୍ଟାଇନରେ ଥିଲେ
• ୨୧ ଏପ୍ରିଲରୁ ୨୩ ଏପ୍ରିଲ ଯାଏଁ ସରକାରୀ କ୍ୱାରେଣ୍ଟିନରେ ଥିଲେ
• ୨୩ ଏପ୍ରିଲରେ ତାଙ୍କ ନମୂନା ପଜିଟିଭ୍ ଆସିଥିଲା
• ପଜିଟିଭ ଆସିବା ଦିନ ହିଁ ଯାଜପୁରର କଳିଙ୍ଗନଗର ଟାଟା କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ

୮୭ ନମ୍ବର କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି

• ୮୦ ବର୍ଷିୟା ବୟସ୍କା ବାସୁଦେବପୁରର ଯାଜପୁର ସଦର ଅଞ୍ଚଳର
• ୭୩ ନମ୍ବର ଆକ୍ରାନ୍ତଙ୍କ ଘନିଷ୍ଠ ସମ୍ପର୍କୀୟ
• ୨୨ ମାର୍ଚ୍ଚରୁ ୨୦ ଏପ୍ରିଲ ଯାଏଁ ହୋମ୍ କ୍ୱାରେଣ୍ଟାଇନରେ ଥିଲେ
• ୨୧ ଏପ୍ରିଲରୁ ୨୩ ଏପ୍ରିଲ ଯାଏଁ ସରକାରୀ କ୍ୱାରେଣ୍ଟିନରେ ଥିଲେ
• ୨୩ ଏପ୍ରିଲରେ ତାଙ୍କ ନମୂନା ପଜିଟିଭ୍ ଆସିଥିଲା
• ନମୂନା ପଜିଟିଭ ଆସିବା ଦିନ ହିଁ ଯାଜପୁରର କଳିଙ୍ଗନଗର ଟାଟା କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ

୮୮ ନମ୍ବର କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି

• ୩୬ ବର୍ଷୀୟ ଯୁବକ, ବାଲେଶ୍ୱର ନିଳିଆବାଗ ଅଞ୍ଚଳର
• ୬୧ ନମ୍ବର କରୋନା ଆକ୍ରାନ୍ତଙ୍କ ଘନିଷ୍ଠ ସମ୍ପର୍କୀୟ
• ୨୨ ମାର୍ଚ୍ଚରୁ ୨୦ ଏପ୍ରିଲ ଯାଏଁ ହୋମ୍ କ୍ୱାରେଣ୍ଟାଇନରେ ଥିଲେ
• ୨୩ ଏପ୍ରିଲରେ ତାଙ୍କ ନମୂନା ପଜିଟିଭ୍ ଆସିଥିଲା
• ପଜିଟିଭ ଆସିବା ଦିନ ହିଁ ତାଙ୍କୁ କଟକ ଅଶ୍ୱିନୀ କୋଭିଡ୍ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା

୮୯ ନମ୍ବର କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି

• ୫୫ ବର୍ଷିୟା ମହିଳା, ବାଲେଶ୍ୱର ନିଳିଆବାଗ ଅଞ୍ଚଳର
• ୬୧ ନମ୍ବର କରୋନା ଆକ୍ରାନ୍ତଙ୍କ ଘନିଷ୍ଠ ସମ୍ପର୍କୀୟ
• ୨୨ ମାର୍ଚ୍ଚରୁ ୨୦ ଏପ୍ରିଲ ଯାଏଁ ହୋମ୍ କ୍ୱାରେଣ୍ଟାଇନରେ ଥିଲେ
• ୨୩ ଏପ୍ରିଲରେ ତାଙ୍କ ନମୂନା ପଜିଟିଭ୍ ଆସିଥିଲା
• ନମୂନା ପଜିଟିଭ ଆସିବା ଦିନ ହିଁ ତାଙ୍କୁ କଟକ ଅଶ୍ୱିନୀ କୋଭିଡ୍ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା

୯୦ ନମ୍ବର କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି

• ୪୩ ବର୍ଷୀୟ ଯୁବକ ଭଦ୍ରକ ବାସୁଦେବପୁରର ବ୍ରାହ୍ମଣୀଶାସନ ଅଞ୍ଚଳର
• ସେ କୋଲକାତା ଫେରନ୍ତା
• ୧୬ ଏପ୍ରିଲ ସକାଳ ୯ଟାରୁ କୋଲକାତାର ଖିଦିପୁର ବାହାରି ଦିନ ୧.୩୦ ମିନିଟରେ ଗାଁରେ ପହଁଚିଥିଲେ
• ୧୬ ଏପ୍ରିଲରୁ ୨୦ ଏପ୍ରିଲ ଯାଏଁ ହୋମ୍ କ୍ୱାରେଣ୍ଟାଇନରେ ଥିଲେ
• ୨୧ ଏପ୍ରିଲରୁ ୨୩ ଏପ୍ରିଲ ଯାଏଁ ବାସୁଦେବପୁର ସରକାରୀ କ୍ୱାରେଣ୍ଟିନରେ ଥିଲେ
• ୨୩ ଏପ୍ରିଲରେ ତାଙ୍କ ନମୂନା ପଜିଟିଭ୍ ଆସିଥିଲା
• ୨୪ ଏପ୍ରିଲରେ ତାଙ୍କୁ କଟକ ଅଶ୍ୱିନୀ କୋଭିଡ୍ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା