ଆଧାର ବିନା ଓଡିଶା ମନା । ପଞ୍ଜୀକରଣ ପାଇଁ ବାଧ୍ୟତାମୂଳକ ଆଧାର ଓ ମୋବାଇଲ ନମ୍ବର । ଓଡିଶା ବାହାରୁ ଫେରିବା ପାଇଁ କେମିତି କରିବେ ପଞ୍ଜୀକରଣ ? ଜାଣନ୍ତୁ ପୂରା ପ୍ରକ୍ରିୟା…

1,633

କନକ ବ୍ୟୁରୋ: ଓଡିଶା ଫେରନ୍ତାଙ୍କ ପାଇଁ ଆଧାର, ମୋବାଇଲ ନମ୍ବର ବାଧ୍ୟତାମୂଳକ । ବିନା ଆଧାର ଓ ମୋବାଇଲ ନମ୍ବରରେ ଓଡିଶା ଫେରି ପାରିବେନି ବାହାରେ ଫସିଥିବା ଓଡିଆ । ପଞ୍ଜୀକରଣ ପାଇଁ ଦୁଇଟି ଜିନିଷ ବାଧ୍ୟତାମୂଳକ । ଆଧାର ନମ୍ବର ଓ ମୋବାଇଲ ନମ୍ବର ପଞ୍ଜୀକରଣ ବେଳେ ବାଧ୍ୟତାମୂଳକ । ଯଦି ନିଜେ ପଞ୍ଜୀକରଣ କରୁଛନ୍ତି ତେବେ ଆପଣ ନିଜ ନମ୍ବର ଦେବେ । ଆଉ ଯଦି ଆପଣଙ୍କ ପାଇଁ ଅନ୍ୟ କେହି ପଞ୍ଜୀକରଣ କଲେ ତେବେ ତାଙ୍କ ନମ୍ବର କିମ୍ବା ପରିବାର ଲୋକଙ୍କ ନମ୍ବର ଦିଆଯିବ ବୋଲି ସ୍ପଷ୍ଟ କରିଛନ୍ତି ପଞ୍ଚାୟତିରାଜ ପ୍ରମୁଖ ସଚିବ ଦେଓ ରଞ୍ଜନ ସିଂହ ।

ତେବେ ଓଡିଶା ବାହାରେ ଥିବା ଓଡିଆଙ୍କ ବ୍ୟଗ୍ରତାକୁ ସରକାର ବୁଝିଛନ୍ତି । ସେଥିପାଇଁ ଗତକାଲି ଠାରୁ ସରକାରଙ୍କ ସ୍ୱତନ୍ତ୍ର ପୋର୍ଟାଲରେ ପଞ୍ଜୀକରଣ ଆରମ୍ଭ ହୋଇଛି । ବାହାରୁ ଆସିବାକୁ ଥିବା ପ୍ରାୟ ୫ ଲକ୍ଷ ଓଡିଆଙ୍କ ପାଇଁ ସରକାର ପଞ୍ଜୀକରଣର ବ୍ୟବସ୍ଥା କରିଛନ୍ତି ।

ପଞ୍ଜୀକରଣ ପାଇଁ ଆଧାର ନମ୍ବର ଓ ମୋବାଇଲ ନମ୍ବର ଜରୁରୀ ଥିବା ବେଳେ ପୂରା ପ୍ରକ୍ରିୟା କହିଛନ୍ତି ସରକାର । ପଞ୍ଜୀକରଣ ଫର୍ମ ପୂରଣ ପାଇଁ ବ୍ୟକ୍ତିଗତ ବିବରଣୀ ଦେବାକୁ ହେବ । ଓଡିଶାରେ ଆପଣଙ୍କ ଘର କେଉଁଠି ଅର୍ଥାତ ପୂରା ଠିକଣା ଦେବାକୁ ପଡିବ । ଯୋଗାଯୋଗ ନିମନ୍ତେ ନିଜ ସମ୍ପର୍କୀୟଙ୍କ ନାମ ଓ ମୋବାଇଲ ନମ୍ବର ଦେବାକୁ ପଡିବ । ଫର୍ମ ପୂରଣ ପରେ ସବମିଟ ବଟନ କ୍ଲିକ କରିବା ମାତ୍ରେ ଆପଣଙ୍କ ପଞ୍ଜୀକୃତ ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ ।

ତେବେ ଉକ୍ତ ଓଟିପିକୁ ୱେବସାଇଟର ଡିସପ୍ଲେ ବସ୍କରେ ପୂରଣ କରିବା ପରେ ଆପଣଙ୍କ ମୋବାଇଲକୁ ଏକ କନଫରମେସନ ମେଜେସ ଆସିବ । ବାସ୍ ତାପରେ ଆପଣଙ୍କ ପଞ୍ଜୀକରଣ ସମ୍ପୂର୍ଣ୍ଣ ହୋଇଥିବା ଆପଣ ସ୍ପଷ୍ଟ ହେବେ ବୋଲି କହିଛନ୍ତି ପଞ୍ଚାୟତିରାଜ ପ୍ରମୁଖ ସଚିବ ଦେଓ ରଞ୍ଜନ ସିଂହ ।

ଓଡିଶା ଆସିବାକୁ ହେଲେ ପ୍ରଥମେ ନିଜ ନାଁ ପଞ୍ଜୀକରଣ କରିବାକୁ ହିଁ ପଡିବ

#ପଞ୍ଜୀକରଣ_କରିବେ_କେମିତି?ଓଡିଶା ଆସିବାକୁ ହେଲେ ପ୍ରଥମେ ନିଜ ନାଁ ପଞ୍ଜୀକରଣ କରିବାକୁ ହିଁ ପଡିବ । ରାଜ୍ୟକୁ ଫେରିଲେ ୧୪ ଦିନ କ୍ୱାରେନଟାଇନରେ ରହିବା ବାଧ୍ୟତାମୂଳକ, ତେବେ ଜାଣନ୍ତୁ ଆପଣ ପଞ୍ଜୀକରଣ କରିବେ କେମିତି? #CoronaVirus #COVID19 #Odisha

Posted by Kanak News on Saturday, April 25, 2020

Comments are closed.