ଶିକ୍ଷା ପାଇଁ ବାଧକ ହେଲାନି ବୟସ : ୬୪ ବର୍ଷ ବୟସରେ ଡାକ୍ତରୀ ଛାତ୍ର ହେଲେ ବରଗଡ ଅତବିରାର ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ , ନିଟରେ ପାଶ ହେବା ପରେ ଭିମସାରରେ ଲେଖାଇଲେ ନାଁ 

316

ଶିକ୍ଷା ପାଇଁ ବୟସ ବାଧା ନୁହେଁ, ବରଂ ଶିକ୍ଷା ପାଇଁ ଇଚ୍ଛାଶକ୍ତି ଆବଶ୍ୟକ  । ଆଉ ଏହାର ଏକ ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି ବରଗଡ଼ ଜିଲ୍ଲା ଅତାବିରାର ଅବସରପ୍ରାପ୍ତ ବ୍ୟାଙ୍କ୍ ଅଧିକାରୀ ଜୟକିଶୋର ପ୍ରଧାନ  । ୬୪ ବର୍ଷ ବୟସରେ ନିଟ୍ ପରୀକ୍ଷାରେ ସଫଳତାର ସହ ଉତୀର୍ଣ୍ଣ ହେବା ପରେ ବୁର୍ଲାର ଭିମସାରରେ ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର ଭାବେ ନାମ ଲେଖାଇଛନ୍ତି ।  

ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।  କ୍ୟାରିୟର ଆରମ୍ଭରୁ ଥିବା ଇଚ୍ଛା ଏବେ ପୂରଣ ହୋଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ଜୟକିଶୋର  । କିଭଳି ପାଠ ପଢ଼ି ଜଣେ ଭଲ ଡାକ୍ତର ହୋଇ ବାହାରିବେ ଓ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିପାରିବେ, ଏବେ ତାହା ହିଁ ଲକ୍ଷ୍ୟ  । ଅତାବିରାର ବାସିନ୍ଦା ଜୟକିଶୋର ସେପ୍ଟେମ୍ବରରେ ନିଟ୍ ପରୀକ୍ଷା ଦେଇଥିଲେ  । ଏଥିରେ ସେ ଭଲ ରାଂକରେ ଉତୀର୍ଣ୍ଣ ହୋଇଥିଲେ  । ତେବେ ଦିବ୍ୟାଙ୍ଗ ପାଇଁ ସଂରକ୍ଷିତ ସିଟରେ ଜୟକିଶୋର ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ  । ବୁଧବାର ତାଂକ ନାମଲେଖା ହୋଇଥିବା ବେଳେ ଗୁରୁବାର ମେଡିକାଲ ଟେଷ୍ଟ ମଧ୍ୟ ଶେଷ ହୋଇଛି  । ନିଟ୍ ପରୀକ୍ଷା ପାଇଁ ସର୍ବନିମ୍ନ ବୟସସୀମା ୧୭ ବର୍ଷ ଥିବା ବେଳେ ସର୍ବାଧିକ ବୟସ ସୀମା ନାହିଁ  ।