ଦେଶରେ ଦୈନିକ କମୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ୨୩ ହଜାର ନ,ୂଆ ଆକ୍ରାନ୍ତ । କରେନାର ନୂଆ ଷ୍ଟ୍ରେନକୁ ନେଇ ଚିନ୍ତାରେ ସରକାର ।

66

କନକ ବ୍ୟୁରୋ : ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ହାର ହ୍ରାସ ପାଇବାରେ ଲାଗିଛି । ଗତ କିଛିଦିନ ହେବ ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ମଧ୍ୟରେ ସୀମିତ ରହୁଛି । ଗତ ୨୪ ଘଂଟା ମଧ୍ୟରେ ୨୩ ହଜାର ୬୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ଗତ ୨୪ ଘଂଟାରେ ୨୬,୬୬୧ ଜଣ ଚିକିତ୍ସାଧିନ ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଅନ୍ୟପଟେ ଗତ ୨୪ ଘଂଟାରେ ୩୩୬ ଜଣଙ୍କର ମୃତ୍ୟୁ ହୋଇଛି ।

ଏହାକୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୭ ହଜାର ୯୨ ରେ ପହଂଚିଛି । ସେହିଭଳି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧ ଲକ୍ଷ ୪୬ ହଜାର ୮୪୬ କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ମୋଟ ୯୭,୧୭, ୮୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨ ଲକ୍ଷ ୮୧ ହଜାର ୯୧୯ ଜଣ ଏବେ ଚିକିତ୍ସିତ ହେଉଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ।

କହିରଖୁ କି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ପୁଣି ବ୍ରିଟେନରୁ ଚିହ୍ନଟ ହୋଇଥିବା ନୂଆ ପ୍ରକାର କରୋନାକୁ ନେଇ ଦେଶରେ ଆତଙ୍କ ଦେଖା ଦେଇଛି । କିଛି ଦିନ ମଧ୍ୟରେ ବ୍ରିଟେନରୁ ଭାରତ ଫେରିଥିବା କିଛି ଲୋକଙ୍କ ଦେହରେ ନୂଆ ପ୍ରକାର କରୋନା ଚିହ୍ନଟ ହେବା ନେଇ ସରକାର ଚିନ୍ତାରେ ପଡିଛନ୍ତି । ଏପରି ସ୍ଥିତିକୁ ଦୃଷ୍ଟିରେ ରଖି କିଛି ରାଜ୍ୟ ପୁଣି ରାତ୍ରକାଳୀନ କର୍ଫ୍ୟୁ ଜାରି କରିଛନ୍ତି । ଅନ୍ୟପଟେ କରୋନା ଟିକା ନିର୍ମାଣକାରୀ କମ୍ପୀନୀ ମର୍ଡନା କହିଛି କି ତାଙ୍କ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଟିକା ନୂଆ ପ୍ରକାର କରୋନା ଭୂତାଣୁ ଉପରେ ବି ବେସ୍ ପ୍ରଭାବଶାଳୀ ହେବ ବୋଲି କହିଛି ।