୫-ଜି ଇଂଟରନେଟ ପାୱାର । ଦିଲ୍ଲୀରେ ବସି ସ୍ୱିଡେନରେ କାର ଚଳାଇଲେ ମୋଦୀ

124

କନକ ବ୍ୟୁରୋ : ସ୍ୱିଡେନରେ କାର ଚଳାଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଆପଣ ଭାବୁଥିବେ ବର୍ତମାନ ଭାରତରେ ଥିବା ପ୍ରଧାନମନ୍ତ୍ରୀ କିଭଳି ସ୍ୱିଡେନରେ କାର ଚଳାଇଲେ । ହଁ ଦର୍ଶକବନ୍ଧୁ ଏକଥାରେ କୌଣସି ମିଛ ନାହିଁ । ଏସବୁ ସମ୍ଭବ ହୋଇପାରିଛି କେବଳ ଆଉ କେବଳ ଫାଇଭ ଜି ପାଇଁ । ଶନିବାର ଦିଲ୍ଲୀରେ ଫାଇଭ ଜି ଇଂଟରନେଟ ସେବା ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ସମୟର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଯେଉଁଠି ପ୍ରଧାନମନ୍ତ୍ରୀ ଏକ ଡ୍ରାଇଭର ସିଟରେ ବସିଛନ୍ତି ଓ ହାତରେ ତାଙ୍କର କାରର ଷ୍ଟିଅରିଂ ଦେଖିବାକୁ ମିଳିଛି । ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳରେ ଦ୍ୱାରା ଦିଲ୍ଲୀରେ ବସି ସ୍ୱିଡେନରେ କାର ଚଳାଇଛନ୍ତି ପ୍ରଧାନମନ୍ତ୍ରୀ । ଆସନ୍ତୁ ଜାଣିବା ମୋଦି ଯେଉଁଠାରେ ବସି ଏଭଳି ଆଶ୍ଚଯ୍ୟଜନକ ଅନୁଭୁତି ସମ୍ଭାଳିଛନ୍ତି ତା କିପରି ସମ୍ଭବ ହୋଇପାରିଛି ।

• ଭାରତୀୟ ମୋବାଇଲ କଂଗ୍ରେସର ଏରିକସନ ପାଭିଲିୟନ ।
• ଏଠାରେ ରହିଛି ଅଟୋମେଟେଡ ଗାଇଡେଡ ଭେହିକିଲ ।
• ଏହାର ଡ୍ରାଇଭିଂ ସିଟରେ ଥିଲେ ମୋଦି
• ଷ୍ଟିଅରିଂକୁ କଂଟ୍ରୋଲ କରି ଗାଡି ଚଳାଇବା ଅନୁଭୂତି ନେଇଥିଲେ ।
• ସ୍ୱିଡେନର ଇନଡୋରରେ ଥିବା କାରକୁ ଫାଇଭ ଜି ଟେକ୍ନୋଲୋଜିର ନେଭିଗେସନ ଦ୍ୱାରା ଭାରତରୁ କଂଟ୍ରୋଲ କରିଥିଲେ ପ୍ରଧାନମନ୍ତ୍ରୀ

ଫାଇଭ ଜି ଇଂଟରନେଟ ସେବା ଆରମ୍ଭ ଦ୍ୱାରା ଦେଶରେ ଅଲଟ୍ରା ସ୍ପିଡ ଇଂଟରନେଟ ସେବା ଆରମ୍ଭ ହୋଇଛି । ଜିଓ ପାଭିଲିୟନ ବିଭିନ୍ନ ପ୍ରକାର ଉପକରଣ ପ୍ରଦର୍ଶିତ ହୋଇଛି । ଏହା ଭିତରେ ସବୁଠୁ ଚର୍ଚ୍ଚା ଜିଓ ଗ୍ଲାସ ।

କଣ ଜିଓ ସ୍ମାଟ ଚଷମା?
• ଜିଓ ଗ୍ଲାସ ହେଉଛି ଏକ ସ୍ମାଟ ଚଷମା
• ବ୍ୟବହାରକାରୀ ଭର୍ଚୁଆଲ ସ୍ପେଶ ଜରିଆରେ ଥ୍ରୀଡି ଅବତାର, ହୋଲୋଗ୍ରାଫିକ ଓ ସାଧାରଣ ଥ୍ରୀଡି ଭିଡିଓ କନଫେରେନ୍ସ, ମିଟିଂ କରିପାରିବେ
• ଏହାର ଓଜନ ରହିଛି ୭୫ ଗ୍ରାମ ।
• ଏଥିରେ ୨୫ଟି ଆପ ରହିଛି
• ଏଂଟରଟେନମେଂଟ, ଗେମିଂ, ସପିଂ ପାଇଁ ଆପଣ କରିପାରିବେ ।
• ଜିଓ ସ୍ମାଟ ଚଷମାକୁ ସ୍ମାଟ ଫୋନ ସହ କନେକ୍ଟ କରି ଭର୍ଚୁଆଲ ଦୁନିଆର ଅନୁଭୁତି ନିଆଯାଇପାରିବ

ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ଏହି ଜିଓ ଗ୍ଲାସକୁ ପିନ୍ଧି ନିଆରା ଅନୁଭୂତି ପାଇଛନ୍ତି । ଭାରତୀୟ ବଜାରରେ ପ୍ରଥମ ପର୍ଯ୍ୟାୟରେ ୧୪ ହଜାର ଟଙ୍କାର ମୂଲ୍ୟରେ ଏହି ସ୍ମାଟ ଚଷମା ମିଳିବ ସମ୍ଭାବନା ରହିଛି