ରୁଷ ଉପରେ ଆମେରିକାର ଅଙ୍କୁଶ । ଶହ ଶହ କମ୍ପାନୀକୁ କଲା ବ୍ୟାନ୍

78

କନକ ବ୍ୟୁରୋ : ୟୁକ୍ରେନର ୪ଟି ଅଂଚଳକୁ କବଜାକୁ ନେଇଛି ରୁଷ । ଦଷିଣ ପୂର୍ବ ୟୁକ୍ରେନର ଦୋନେତସ୍କ, ଲୁହାନ୍ସ୍କ, ଖେର୍ସାନ୍, ଏବଂ ଜାପୋରିଝଝିଆ ଏହି ୪ ଅଂଚଳକୁ ରୁଷ ଅକ୍ତିଆର କରିବା ନେଇ ଘୋଷଣା ପରେ ପାଶ୍ଚ୍ୟତା ଦେଶଗୁଡିକୁ ଲାଗିଛି ବଡ ଝଟ୍କା । କ୍ରେମଲିନ୍ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟପତି ଭଦ୍ଲାମିର ପୁଟିନ୍ ଘୋଷଣା କରିଥିଲେ ଯେ, ୟୁକ୍ରେନର ଏବେ ୧୫ ପ୍ରତିଶତ ଅଂଚଳ ରୁଷ ନିଜ ଦଖଲକୁ ନେଇଛି । ତେବେ ରାଷ୍ଟ୍ରପତିଙ୍କ ଏଭଳି ଘୋଷଣା ପରେ ଚିହିଙ୍କି ଉଠିଛନ୍ତି ପାଶ୍ଚତ୍ୟ ଦେଶ ସମୁହ । ରୁଷର ଏହି ପଦକ୍ଷେପ ପରେ ଆମେରିକା, ବିଟ୍ରେନ ସମେତ ଅନେକ ପାଶ୍ଚାତ୍ୟ ଦେଶ କ୍ରୋଧିତ ହୋଇପଡିଛନ୍ତି । ନିଷ୍ପତିକୁ ଅସ୍ୱିକାର କରିବା ସହ ଏହା ଅର୍ନ୍ତରାଷ୍ଟ୍ରିୟ ନିୟମର ଉଲଙ୍ଘନ ବୋଲି କହିଛି ଆମେରିକା । ଏଥିସହ ଆମେରିକା ରୁଷ ଉପରେ ବିଭିନ୍ନ ଅଙ୍କୁଶ ଲଗାଇଛି । ପ୍ରାୟ ୧୦୦୦ରୁ ଅଧିକ ଲୋକଙ୍କ ସହ ଅନେକ କମ୍ପାନୀକୁ ବ୍ୟାନ୍ କରିଛି ଆମେରିକା ।

ୟୁକ୍ରେନ- ରୁଷ ପ୍ରସଙ୍ଗକୁ ନେଇ କଡା ଚେତାବନୀ ଦେଇଛନ୍ତି ବାଇଡେନ୍ ସରକାର । ଆମେରିକା ସମତେ ସମସ୍ତ ପାଶ୍ଚତ୍ୟ ଦେଶ ଗୁଡିକ ୟୁକ୍ରେନ ସହ ରହିଛି । ତେଣୁ ପଡୋଶୀଙ୍କ ସୁରକ୍ଷା ପାଇଁ ପ୍ରଥମ ପ୍ରାଥମିକତା ବୋଲି କହିଛି ଆମେରିକା । ବାଇଡେନ୍ ଆହୁରି ମଧ୍ୟ କହିଛନ୍ତି ଆମେରିକା ନାଟୋ ଦେଶ ପ୍ରତି ଯତ୍ନବାନ ରହିଛି । ତେଣୁ ନାଟୋ ଦେଶର ଇଂଚେ ବି ଜାଗା କବଜ୍ା ହେବାକୁ ଦେବୁନାହିଁ ।

ପାଶ୍ଚାତ୍ୟ ରାଷ୍ଟ୍ରୀ ବିଭିନ୍ନ ପଦକ୍ଷେପକୁ ସମାଲୋଚନା କରିଛନ୍ତି ରୁଷ ରାଷ୍ଟ୍ରପତି ପୁଟିନ । ସେ କହିଛନ୍ତି ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ଔପନିବେଶିକ ନୀତିକୁ ରୁଷ ତ୍ରୀବ ବିରୋଧ କରୁଛି