ନିର୍ବାଚନ ତାରିଖ ଘୋଷଣା ସହ ନିର୍ବାଚନ କମିଶନରଙ୍କ ବଡ ଘୋଷଣା । ନିର୍ବାଚନରେ ପ୍ରାର୍ଥୀ ଦେଇପାରିବେ ନାହିଁ ୫୩୭ଟି ରାଜନୈତିକ ଦଳ

1,222

କନକ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନ ନେଇ ନିର୍ବାଚନ କମିଶନର ତାରିଖ ଘୋଷଣା କରିଛନ୍ତି । ରାଜୀବ କୁମାରଙ୍କ ସୂଚନା ମୁତାବକ ଦେଶରେ ୭ଟି ପର୍ଯ୍ୟାୟରେ ମତଦାନ ହେବ । ମେ,ମାସ ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ଜୁନ ୪ ତାରିଖରେ ଫଳାଫଳ ଘୋଷଣା କରାଯିବ ।

ସବୁଠାରୁ ବଡ କଥା ହେଉଛି ନିର୍ବାଚନ କମିଶନ ଚଳିତ ନିର୍ବାଚନରୁ ୫୩୭ ଟି ରାଜନୈତିକ ଦଳକୁ ବାହାର କରିଛନ୍ତି । ଏହି ୫୩୭ ରାଜନୈତିକ ଦଳ ମଧ୍ୟରୁ ୨୮୪ ଟି ଦଳକୁ ତାଲିକାରୁ ବାହାର କରାଯାଇଥିବା ବେଳେ ୨୫୩ଟି ରାଜନୈତିକ ଦଳକୁ ଇନଆକ୍ଟିଭ କରାଯାଇଛି । ରାଜୀବ କୁମାର କହିଛନ୍ତି କି, ରାଜନୈତିକ ଦଳଭାବେ ଏମାନେ ସମସ୍ତ ସୁବିଧା ସୁଯୋଗ ପାଉଥିବା ବେଳେ ନିର୍ବାଚନୀ ମାହୋଲ ଖରାପ କରୁଛନ୍ତି ।