ମାଓ ଆକ୍ରମଣ ପରେ ହାଇଆର୍ଲଟରେ ୫ଟି ଜିଲ୍ଲା । ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ବରଗଡ ଓ ନୂଆପଡାରେ ସୀମା ଜଗିଛନ୍ତି ସୁରକ୍ଷା ବଳ

92

କନକ ବ୍ୟୁରୋ: ଛତିଶଗଡରେ ମାଓବାଦୀ ଆକ୍ରମଣ ପରେ ଓଡିଶାର ୫ ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି । ସୀମାନ୍ତ ଜିଲ୍ଲା ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ବରଗଡ ଓ ନୂଆପଡ଼ା ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି । ସୀମା ସିଲ୍ କରାଯାଇ ଗାଡି ମୋଟର ଯାଞ୍ଚ କରାଯାଉଛି । ଜିଲ୍ଲା ତଥା ପଡୋଶୀ ରାଜ୍ୟ ସୀମାନ୍ତ ଉପରେ ନଜର ରଖି ସର୍ଚ୍ଚ ଅପରେସନ୍ ଜୋରଦାର କରାଯାଇଛି । ଜିଲ୍ଲା ତଥା ପଡୋଶୀ ରାଜ୍ୟ ସୀମାନ୍ତ ଉପରେ ନଜର ରଖି ସର୍ଚ୍ଚ ଅପରେସନ୍ ଜୋରଦାର କରାଯାଇଛି । ମାଓବାଦୀଙ୍କ ସମସ୍ତ ପ୍ରକାର ଅଘଟଣକୁ ଏଡାଇବା ପାଇଁ ଜିଲ୍ଲା ପୋଲିସ, ଏସଓଜି, ଡିଭିଏଫ୍ ଯବାନ ପ୍ରସ୍ତୁତ ରହିଛନ୍ତି । ଆନ୍ଧ୍ର- ଓଡ଼ିଶା ସୀମାନ୍ତକୁ ସିଲ୍ କରିଛି ପୋଲିସ । ରାଜ୍ୟ ସୀମାନ୍ତରେ ନାକା ଲଗାଇ ଯାଞ୍ଚକୁ କଡାକଡି କରିଛି ପୋଲିସ । ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖାଯିବା ସହ କମ୍ବିଂ ଅପରେସନ୍ ଜୋରଦାର କରାଯାଇଛି ।