ତୁର୍କୀ ଭୂମିକମ୍ପକୁ ବିତିଲାଣି ୫ ଦିନ। ଉଦ୍ଧାରରେ ଲାଗିଛି ଏନଡିଆରଏଫ।

155

କନକ ବ୍ୟୁରୋ: ତୁର୍କୀ ଓ ସିରିୟାରେ ଭୂମିକମ୍ପର ତାଣ୍ଡବ ପରେ ସାରା ବିଶ୍ୱରୁ ଛୁଟିଥିଲା ସହାୟତାର ହାତ । ଆଉ ଯୁଦ୍ଧକାଳୀନ ଭିତିରେ ଆରମ୍ଭ ହୋଇଥିଲା ଉଦ୍ଧାରକାର୍ଯ୍ୟ । ଭଗ୍ନାବଶେଷ ତଳେ ଦବି ହୋଇ ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଦିନରାତି ଏକ କରିଦେଇଛନ୍ତି ଉଦ୍ଧାରକାରୀ ଦଳ । ଭାରତରୁ ଯାଇଥିବା ଏନଡିଆରଏଫ ଟିମ୍ ମଧ୍ୟ ଜୋରସୋରରେ ଏହି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଆଉ ଏହି ସମୟରେ ଉଦ୍ଧାରର ଗୋଟିଏ ପରେ ଗୋଟିଏ ଚମକ୍ରାର ଓ ହୃଦୟକୁ ଖୁସି ଦେଲା ଭଳି ଦୃଶ୍ୟ ସାମ୍ନାକୁ ଆସିବାରେ ଲାଗିଛି ।
ଦୃଶ୍ୟ ୧
ଉଦ୍ଧାରକାରୀଙ୍କ ହାତରେ କୁନି ପିଲାଟିଏ । ଉଦ୍ଧାର ପରେ ତାକୁ ଘୋଡ଼ାଇ ସୁରକ୍ଷିତ ସ୍ଥାନକୁ ନିଆଯାଉଛି । ପରେ ପିଲାଟିକୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଭଗ୍ନାବଶେଷ ତଳୁ ୫ ଦିନ ପରେ ପିଲାଟିକୁ ଉଦ୍ଧାର କରିବା ପରେ ଏନଡିଆରଏଫ ଟିମର ସଦସ୍ୟ ଭାବବିହ୍ୱଳ ହୋଇପଡ଼ିଥିଲେ ।
ଦୃଶ୍ୟ ୨
ଗାତ ଭିତରୁ କୁନି ଝିଅଟିଏକୁ ଉଦ୍ଧାର କରାଯାଉଛି । କୁନି ପିଲାଟିର ମୁହଁରେ ବି ଆଶ୍ୱସ୍ତି ଓ ଆଶାର ଭାବ ବାରି ହୋଇପଡ଼ୁଛି । ଆଉ ଉଦ୍ଧାରକାରୀ ଦଳଙ୍କ ମୁହଁରେ ସାନ୍ତ୍ୱନାର ସଙ୍କେତ ।
ଦୃଶ୍ୟ ୩
ଭଗ୍ନାବଶେଷ ଭିତରେ ଦବି ରହିଯାଇଥିଲା କୁନି ପିଲାଟିଏ । ତାକୁ ଉଦ୍ଧାର କରିବାକୁ ଦୀର୍ଘ ସମୟ ଧରି ପରିଶ୍ରମ କରୁଛନ୍ତି ଉଦ୍ଧାରକାରୀ ଦଳ । ଶେଷରେ ସଫଳ ହେଉଛନ୍ତି । ଆଉ ପିଲାଟି ଉଦ୍ଧାର ହେଉଛି ।
ଦୃଶ୍ୟ ୪
ଭୂମିକମ୍ପ ଛାଡ଼ିଯାଇଥିବା ଭଗ୍ନାବଶେଷର ପାହାଡ଼ । ତା ଭିତରେ ଚାଲିଛି ଉଦ୍ଧାର କାର୍ଯ୍ୟ । ଛୋଟ ପିଲାଟିଏକୁ ଉଦ୍ଧାର ପରେ ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି ଉଦ୍ଧାରକାରୀ ଦଳ । ଏହା ପରେ ଖୁସିରେ ଛୋଟ ପିଲାଟିକୁ ଉଦ୍ଧାରକାରୀ ଦଳର ଜଣେ ସଦସ୍ୟ ଗେଲ କରୁଛନ୍ତି ।
ଦୃଶ୍ୟ ୫
ଭଗ୍ନାବଶେଷ ତଳେ ଦବି ରହିଛି ଗୋଟିଏ ଛୋଟ ପିଲା । ଉଦ୍ଧାରକାରୀ ଦଳ ତା ପାଖରେ ପହଞ୍ଚିବାକୁ ଭରପୁର ପ୍ରୟାସ କରୁଛନ୍ତି । ହେଲେ ପିଲାଟି ପାଖରେ ପହଞ୍ଚିବା ଏତେ ସହଜ ହେଉ ନାହିଁ । ଆଉ ତାକୁ ମଝିରେ ପାଣି ପିଆଉଛନ୍ତି । ଶେଷରେ ଦୀର୍ଘ ସମୟର ପରିଶ୍ରମ ପରେ ଛୋଟ ପିଲାଟି ଉଦ୍ଧାର ହେଉଛି ।

ଭୂକମ୍ପ ପରେ ଦିନ ଗଡ଼ିବା ସହ ମୃତ୍ୟୁସଂଖ୍ୟା ବି ବଢ଼ିଚାଲିଛି । ଏବେବି ଧ୍ୱଂସସ୍ତୁପ ତଳେ ପ୍ରାୟ ୨ଲକ୍ଷ ଲୋକ ଦବି ରହିଥିବା କୁହାଯାଉଛି । ଜରୁରୀକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ କରାଯାଉଛି । ତେବେ ଦିନ ଯେତେ ଗଡ଼ୁଛି, ଭଗ୍ନାବଶେଷ ତଳେ ପୋତି ହୋଇ ରହିଥିବା ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିବାର ଆଶା ମଧ୍ୟ ମଉଳି ଯାଉଛି ।