ଯୋଗୀ ସରକାରଙ୍କ ବଡ ନିର୍ଦ୍ଦେଶ, ଡ୍ୟୁଟି ସମୟରେ ସୋସିଆଲ ମିଡିଆ ବ୍ୟବହାର କରିପାରିବେ ନାହିଁ ପୋଲିସ କର୍ମଚାରୀ

153

କନକ ବ୍ୟୁରୋ : ଡ୍ୟୁଟି ସମୟରେ ପୋଲିସକୁ ସୋସିଆଲ ମିଡିଆ ମନା । ଉତରପ୍ରଦେଶ ପୋଲିସ ବିଭାଗ ପାଇଁ ଏଭଳି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ଯୋଗୀ ସରକାର । ସରକାରଙ୍କ ନିର୍ଦ୍ଦେଶାବଳୀ ମୁତାବିକ ଡ୍ୟୁଟିରେ ଥିବା ସମୟରେ କିମ୍ବା ବର୍ଦ୍ଦିରେ ଥିବା ବେଳେ ପୋଲିସ ବିଭାଗରେ କାର୍ଯ୍ୟରତ କୌଣସି ଅଧିକାରୀ ସୋସିଆଲ ମିଡିଆ ବ୍ୟବହାର କରିପାରିବେ ନାହିଁ । ଏପରିକି ଡ୍ୟୁଟି ପରେ ବି ୟୁନିଫର୍ମରେ କୌଣସି ରିଲ୍ସ ଭିଡିଓ କରିପାରିବେ ନାହିଁ । ପୋଲିସ ଷ୍ଟେସନ କିମ୍ବା ଅନ୍ୟ କୌଣସି ସ୍ଥାନରୁ ଲାଇଭ ଟେଲିକାଷ୍ଟ ଉପରେ ବି କଟକଣା ଲଗାଇଛନ୍ତି ଯୋଗୀ ସରକାର । ବୁଧବାର ପୋଲିସ ବିଭାଗ ପାଇଁ ସରକାର କେତେଗୁଡିଏ ନୂଆ କଟକଣା ଆଣିଛନ୍ତି । ଏଥିରେ କୌଣସି ସ୍ଥାନରେ ବକ୍ତୁତା ଦେବା ପାଇଁ, ଲାଇଭ ଟେଲିକାଷ୍ଟ ପାଇଁ, କିମ୍ବା ଗୁଳିବିନିମୟରେ ଅଂଶଗ୍ରହଣ ପାଇଁ ଭିଡିଓ କରିବାରେ କଟକଣା ରହିଛି ।