ସରିଲା ଇଣ୍ଡିଆ ମେଣ୍ଟର ୪ର୍ଥ ବୈଠକ । ମଲ୍ଲିକାର୍ଜୁନ ଖଡଗେଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ମମତାଙ୍କ ପ୍ରସ୍ତାବ । 

171

କନକ ବ୍ୟୁରୋ: ସରିଲା ଇଣ୍ଡିଆ ମେଣ୍ଟର ୪ର୍ଥ ବୈଠକ । ଦିଲ୍ଲୀରେ ମଙ୍ଗଳବାର ୩ ଘଣ୍ଟା ଧରି ବସିଥିବା ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଲୋକସଭା ନିର୍ବାଚନ ପାଇଁ ୫ଜଣ ସଦସ୍ୟ ବିଶିଷ୍ଠ ନ୍ୟାସନାଲ ଆଲାଏନ୍ସ କମିଟି ଗଠନ କରାଯିବାକୁ ନିଷ୍ପତି ନିଆଯାଇଛି । ସୂଚନା ଅନୁସାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ପ୍ରସ୍ତାବ ଦେଇଛନ୍ତି ଟିଏମସି ମୁ୍ଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ମଧ୍ୟ ମମତାଙ୍କ ପ୍ରସ୍ତାବରେ ସମର୍ଥନ ଜଣାଇଛନ୍ତି । ଲୋକସଭା ନିର୍ବାଚନ ପାଇଁ ଆସନ ଭାଗବଣ୍ଟା, ଜନସମ୍ପର୍କ ଯାତ୍ରା ଓ ମେଣ୍ଟ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବାବଦରେ ଆଗାମୀ ୩ ସପ୍ତାହ ମଧ୍ୟରେ ନିଷ୍ପତି ନିଆଯିବ ବୋଲି କହିଛନ୍ତି ଆରଜେଡି ସାଂସଦ ମନୋଜ ଝା । ବୈଠକରେ ଯାହା ନିଷ୍ପତି ନିଆଯାଇଛି ତାହା ସର୍ବ ସହମତିରେ ନିଆଯାଇଥିବା କହିଛନ୍ତି ସାଂସଦ ଜୟନ୍ତ ଚୌଧୁରୀ ।  ସେହିପରି ଇଭିଏମ ଓ ସଂସଦରୁ ବିରୋଧୀ ସାଂସଦଙ୍କ ନିଲମ୍ବନ ଘଟଣା ଉପରେ ଚର୍ଚ୍ଚା କରାଯାଇଥିବା ସୂଚନା ଦିଆଯାଇଛି ।