୪ କାଉନସିଲରଙ୍କୁ ନିଲମ୍ବିତ କଲା ବିଜେଡି

39

ଢେଙ୍କାନାଳ : ଢେଙ୍କାନାଳ ମ୍ୟୁନିସିପାଲଟି ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ୪ କାଉନସିଲରଙ୍କୁ ନିଲମ୍ବିତ କଲା ବିଜେଡି । ଅନାସ୍ଥା ପ୍ରସ୍ତାବ ଭୋଟିଂରେ ଭାଗ ନେଇଥିବାରୁ ଏମାନେ ନିଲମ୍ବିତ ହୋଇଛନ୍ତି । ନିଲମ୍ବିତ ୪ ଜଣ ହେଲେ ସୁବ୍ରତ ନନ୍ଦ, ସସ୍ମିତା ଜେନା , ସୁମିତ୍ରା ଭୋଇ ଓ ଲିଙ୍ଗରାଜ ସାହୁ । ଏମାନଙ୍କ ବିରୋଧରେ ଦଳୀୟ ହ୍ୱିପ୍ ଓ ଦଳ ବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି ।