କାହାକୁ ଦିଳ୍ଲୀ ପଠାଇବେ ନବୀନ? ଯୁବ ଓ ମହିଳାଙ୍କୁ ଗୁରୁତ୍ୱ ଦେବେ କି ବିଜେଡି ସୁପ୍ରିମୋ?

192

କନକ ବ୍ୟୁରୋ: ରାଜ୍ୟସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ଜାତୀୟ ନିର୍ବାଚନ କମିସନ । ମେ’ ୨୪ ତାରିଖରେ ନିର୍ବାଚନ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ମେ’ ୩୧ ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ରହିଥିବା ବେଳେ ଜୁନ ୧ ତାରିଖ ପ୍ରାର୍ଥିପତ୍ର ଯାଂଚ କରାଯିବ । ଜୁନ ୩ ତାରିଖ ସୁଦ୍ଧା ପ୍ରାର୍ôଥପତ୍ର ପ୍ରତ୍ୟାହାର କରିପାରିବେ । ଜୁନ ୧୦ ତାରିଖ ସକାଳ ୯ରୁ ଅପରାହ୍ଣ ୪ଟା ମଧ୍ୟରେ ଭୋଟଗ୍ରହଣ କରାଯିବ ।

ଓଡ଼ିଶାରେ ୩ଟି ଆସନ ପାଇଁ ଭୋଟ ଗ୍ରହଣ କରାଯିବ । କାରଣ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଏନ.ଭାସ୍କର ରାଓ ଏବଂ ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ବିଧାନସଭାରେ ବିଜେଡିର ଯେଉଁ ସଂଖ୍ୟା ରହିଛି, ସେଥିରେ ବିରୋଧୀ ଦଳ କୌଣସି ଆସନ ହାସଲ କରିବାର ପ୍ରାୟତଃ ସମ୍ଭାବନା ନାହିଁ ।

ଜୁଲାଇ ୧ ତାରିଖ ଦିନ ଶେଷ ହେବ ଏହି ତିନି ଜଣଙ୍କ ସାଂସଦଙ୍କ କାର୍ଯ୍ୟକାଳ । ଏମାନଙ୍କ ସ୍ଥାନରେ ବିଜେଡି କାହାକୁ ଟିକେଟ ହେବ ଏହାର ଉପରେ ରହିଛି ସମସ୍ତଙ୍କ ନଜର । ଏହି ୩ ଜଣଙ୍କ ମଧ୍ୟରୁ କାହାକୁ ଦଳ ପୁଣିଥରେ ରାଜ୍ୟସଭାକୁ ପଠାଇବ ଏବଂ କାହାକୁ ବାଦ ଦେଇ ନୂଆ ପ୍ରାର୍ଥୀଙ୍କ ଉପରେ ନବୀନ ଭରସା କରିବେ, ଏହାକୁ ନେଇ ପାୱର କରିଡରରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି ।

ସସ୍ମିତ ପାତ୍ରଙ୍କୁ ପୁଣିଥରେ ଦିଲ୍ଲୀକୁ ପଠାଇ ପାରନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । କାରଣ ରାଜ୍ୟସଭା ସାଂସଦ ଭାବେ ମାତ୍ର ୩ ବର୍ଷ ଧରି ସସ୍ମିତ ପାତ୍ର ରହିଥିଲେ ବି ଅନେକ ପ୍ରସଙ୍ଗରେ ରାଜ୍ୟସଭାରେ ସେ ପକ୍ଷ ରଖି ପ୍ରଶଂସିତ ହୋଇଛନ୍ତି । ଏପରିକି ରାଜ୍ୟସଭା ଉପାଧ୍ୟକ୍ଷ ଆସନରେ ବସି ପରିଚାଳନା କରିବାର ସୌଭାଗ୍ୟ ହାସଲ କରିଛନ୍ତି ।
ସେପଟେ ପ୍ରସନ୍ନ ଆଚାର୍ଯ୍ୟ ଦଳର ବରିଷ୍ଠ ନେତା । ସଂସଦୀୟ କାର୍ଯ୍ୟରେ ଅନେକ ଅଭିଜ୍ଞତା ତାଙ୍କର ରହିଛି । କିନ୍ତୁ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ସପକ୍ଷରେ ପ୍ରବଳ ହାୱା ଥିବା ସତ୍ୱେ ବରଗଡ଼ ଲୋକସଭା ଆସନରୁ ସୁରେଶ ପୂଜାରୀଙ୍କ ଠାରୁ ପରାଜିତ ହୋଇଥିଲେ । ତେଣୁ ତାଙ୍କୁ ପୁଣିଥରେ ନବୀନ ଦିଲ୍ଲୀ ପଠାଇବେ, ନା ନୂଆ ନେତାଙ୍କୁ ସୁଯୋଗ ଦେବେ, ଏହା ଉପରେ ନଜର ରହିଛି ।
ପ୍ରଦୀପ ମାଝୀ
ମାନସ ମଙ୍ଗରାଜ
ପ୍ରସନ୍ନ ପାଟ୍ଟଶାଣୀ
ରମେଶ ଚ୍ୟାଉ ପଟ୍ଟନାୟକ

୨୦୧୯ ନିର୍ବାଚନ ସମୟରେ ପ୍ରସନ୍ନ ପାଟ୍ଟଶାଣୀ, ରମେଶ ଚ୍ୟାଉ ପଟ୍ଟନାୟକଙ୍କୁ ରାଜ୍ୟସଭା ପାଇଁ ପ୍ରତିଶ୍ରୁତି ଦେଇଥିଲେ ନବୀନ ପଟ୍ଟନାୟକ । ତେଣୁ ସେମାନଙ୍କ କଥା ବିଚାରକୁ ନେଇପାରନ୍ତି ଦଳର ସୁପ୍ରିମୋ । ତେବେ କଂଗ୍ରେସ ଛାଡି ବିଜେଡିକୁ ଆସିଥିବା ପ୍ରଦୀପ ମାଝି ଓ ଦଳର ମିଡିଆ ସେଲ ମୁଖ୍ୟ ମାନସ ମଙ୍ଗରାଜଙ୍କ ନାଁକୁ ନେଇ ଅଧିକ ଚର୍ଚ୍ଚା ହେଉଛି । କିନ୍ତୁ ସବୁବେଳେ ସସ୍ପେନ୍ସ ରଖି ସରପ୍ରାଇଜ୍ ଦେଉଥିବା ନବୀନ, ଏଥର କି ମାଷ୍ଟର ଷ୍ଟ୍ରୋକ୍ ଖେଳିବେ, ତାହା ଆକଳନ କରିବା ସହଜ ନୁହେଁ ।