ଜମ୍ମୁ-କାଶ୍ମୀର କୁଲଗାମରେ ସେନାର ଅପରେସନ୍ । ବାପା, ମା’ଙ୍କ ଆକୁଳ ନିବେଦନରେ ଦୁଇ ଆତଙ୍କବାଦୀଙ୍କ ଆତ୍ମସମର୍ପଣ

168

କନକ ବ୍ୟୁରୋ: ଆଜି ଜମ୍ମୁ ଓ କଶ୍ମୀର କୁଲ୍‌ଗାମ୍‌ ଜିଲ୍ଲାରେ ନିରାପତ୍ତା ବଳ ଆତଙ୍କବାଦୀ ନିରୋଧୀ ଅଭିଯାନ ଚଳାଇଥିବା ବେଳେ ବାପାମାଆଙ୍କ ନିବେଦନ ଶୁଣି୨ଜଣ ଆତଙ୍କବାଦୀ ଆତ୍ମସମର୍ପଣ କରିଛନ୍ତି ବୋଲି ପୁଲିସ କହିଛି।ପୁଲିସ କହିବା ଅନୁସାରେ, ଆଜି ସକାଳେ ହଦିଗାମ୍‌ ଗାଁରେ ଉପରୋକ୍ତ ଅଭିଯାନ ଆରମ୍ଭ ହୋଇଥିଲା।

ପୁଲିସ କହିବା ଅନୁସାରେ, ଅଭିଯାନ ସମୟରେ ୨ଜଣ ଆତଙ୍କବାଦୀ ନିରାପତ୍ତା ବଳଙ୍କ ଘେରରେ ଥିବା ବେଳେ ସେମାନଙ୍କ ବାପା,ମା’ଙ୍କୁ ଘଟଣାସ୍ଥଳକୁ ଅଣାଯାଇଥିଲା। ଆତ୍ମସମର୍ପଣ କରୁନ୍ତୁ ବୋଲି ସେମାନେସ ନିଜ ନିଜର ପିଲାମାନଙ୍କୁ (ଆତଙ୍କବାଦୀ) ଆକୁଳ ନିବେଦନ କରିଥିଲେ।

ଏହାପରେ ଆତ୍ମଗୋପନ କରିଥିବା ୨ଜଣ ଆତଙ୍କବାଦୀ ବାହାରକୁ ଆସି ଆତ୍ମସମର୍ପଣ କରିଥିଲେ। ସେମାନଙ୍କ ନିକଟରୁ ବହୁ ଆପତ୍ତିଜନକ ସାମଗ୍ରୀ, ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଉଦ୍ଧାର କରାଯାଇଥିବା କଥା ପୁଲିସ କହିଛି।

ଏ ବିଷୟରେ ଟୁଇଟ୍‌ କରି ଜମ୍ମୁ ଓ କଶ୍ମୀର ପୁଲିସ ଲେଖିଛି: ଏନ୍‌କାଉଣ୍ଟର୍‌ ସମୟରେ ନିଜ ନିଜର ପିତାମାତାଙ୍କ ନିବଦେନ ଶୁଣି ୨ଜଣ ସ୍ଥାନୀୟ ଆତଙ୍କବାଦୀ ଆତ୍ମସମର୍ପଣ କରିଛନ୍ତି। ଆପତ୍ତିଜନକ ସାମଗ୍ରୀ, ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଉଦ୍ଧାର କରାଯାଇଛି। ପରେ ପରେ ଅଧିକ ବିସ୍ତୃତ ବିବରଣୀ ପ୍ରଦାନ କରାଯିବ।