ବିଦେଶରେ ଓଡ଼ିଆଙ୍କୁ ବାଃ ବାଃ… ପୁରସ୍କୃତ ହେଲେ ୨ ଓଡିଆ ।

179

କନକ ବ୍ୟୁରୋ: ବିଦେଶରେ ପୁରସ୍କୃତ ହେଲେ ୨ ଓଡିଆ । ଆଫ୍ରିକା ମହାଦେଶର ମରିସସ୍ ଦେଶର ପୋର୍ଟଲୁଇସ୍ ଠାରେ ଆୟୋଜିତ ଆନ୍ତର୍ଜାତୀୟ ଚଳଚିତ୍ର ମହୋତ୍ସବ ପୁରସ୍କାର ସମାରୋହରେ କ୍ଷୁଦ୍ର ପ୍ରାମାଣିକ ଚଳଚିତ୍ର ‘ଅଦ୍ୱିତୀୟ’ ପାଇଁ ୨ ଓଡିଆ କ୍ରୀଷ୍ଣା ଡି.କେ ଓ ସୀମାଂଚଳ ମହାରାଣାଙ୍କୁ ୨ ଟି ବର୍ଗରେ ପୁରସ୍କୃତ କରାଯାଇଛି । ଚଳଚିତ୍ର ପାଇଁ ଏହାର ନିର୍ମାତା ତଥା ନିର୍ଦ୍ଦେଶକ କ୍ରୀଷ୍ଣା ଡି.କେ ଓ କାହାଣୀ ପାଇଁ ଲେଖକ ସୀମାଂଚଳ ମହାରଣାଙ୍କୁ ପୁରଷ୍କାର ମିଳିଛି ।

ପୋର୍ଟଲୁଇସର ଇନ୍ଦିରା ଗାନ୍ଧୀ ସେଂଟର ଫର ଇଣ୍ଡିଆନ କଲଚରର ସମ୍ମୀଳନୀ କକ୍ଷରେ ଏହି ସମାରୋହ ବେଶ୍ ଆଡମ୍ବରରେ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ଆମେରିକା ,ଫ୍ରାନ୍ସ , ଜର୍ମାନୀ , ଇଂଲଣ୍ଡ , ଭାରତ ଭଳି ବିଶ୍ୱର ୨୦ ରୁ ଉଦ୍ଧ୍ୱର୍ ଦେଶର ଫିଲ୍ମ ନିର୍ମାତା ଭାଗ ନେଇଥିଲେ । ଭାରତର ଶ୍ରେଷ୍ଠ ଥାନା ଭାବେ ବିବେଚିତ ହୋଇଥିବା ଆସିକା ଥାନା ଓ ଏହାର ସେବା ଉପରେ ଫିଲ୍ମର କାହାଣୀଟି ପ୍ରସ୍ତୁତ । ଦେଶ ଓ ରାଜ୍ୟ ପାଇଁ ଆନ୍ତର୍ଜାତୀୟ ସ୍ତରରେ ଫିଲ୍ମଟି ପୁରସ୍କୃତ ହୋଇଥିବାରୁ ସବୁ ମହଲରୁ ଫିଲ୍ମର ସମସ୍ତ କଳାକାର ଓ କାଯ୍ୟକର୍ତ୍ତାଙ୍କୁ ପ୍ରଶଂସାର ସୁଅ ଛୁଟିଛି ।