ଘରଭଡା ଉପରେ ଦେବାକୁ ପଡିବ ୧୮ପ୍ରତିଶତ ଜିଏସଟି । ୧୮ତାରିଖରୁ ନିୟମ ଲାଗୁ । ଜାଣନ୍ତୁ ପୁରା ବିବରଣୀ

930

କନକ ବ୍ୟୁରୋ: ଏଣିକି ଘର ଭଡା ଉପରେ ଦେବାକୁ ପଡିବ ଜିଏସଟି । ଅଗଷ୍ଟ ୧୮ ତାରିଖରୁ ଏହି ନିୟମ ଲାଗୁ ହେବ । ଜିଏସଟି ପରିଷଦର ୪୭ ତମ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି ।

ଏହି ସୂଚନା ଦିଆଯିବା ପରେ ଲୋକଙ୍କ ମନରେ ଛନକା ପଶିଛି । ହେଲେ ଲୋକଙ୍କ ମନରୁ ଦ୍ୱନ୍ଦ୍ୱ ଦୂର କରିବାକୁ ସରକାରଙ୍କ ପକ୍ଷରୁ ସ୍ପଷ୍ଟିକରଣ ଦିଆଯାଇଛି । ଯେଉଁ ଘରକୁ ଆବାସିକ ବା ବ୍ୟକ୍ତିଗତ ରହଣୀ ହିସାବରେ ଦିଆଯିବ ତା’ ଉପରେ ଜିଏସଟି ଲାଗୁ ହେବ ନାହିଁ । ବରଂ ଘରକୁ ଯଦି ବ୍ୟବସାୟିକ ସୂତ୍ରରେ ଭଡା ଦିଆଯାଏ ତେବେ ତା’ ଉପରେ ଜିଏସଟି ଆଦାୟ କରାଯିବ ବୋଲି ପିଆଇବି ପକ୍ଷରୁ କୁହାଯାଇଛି । ଜିଏସଟି ପରିଷଦର ୪୭ ତମ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି ।