ଏନସିପି ସାଂସଦଙ୍କୁ ୧୦ ବର୍ଷର ଜେଲଦଣ୍ଡ, ୧୩ ବର୍ଷ ପୁରୁଣା ମାମଲାରେ ଆସିଲା କୋର୍ଟଙ୍କ ରାୟ।

120

କନକ ବ୍ୟୁରୋ: ଲାକ୍ଷାଦୀପର କରାରତ୍ତୀର ଏକ ଅଦାଲତ ଏନସିପି ସାଂସଦ ମହମ୍ମଦ ଫୈଜଲଙ୍କୁ ୧୦ ବର୍ଷର ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି । ୨୦୦୯ ମସିହାରେ ଏକ ମାମଲାରେ ସେ ଦୋଷୀ ସାବ୍ୟସ୍ଥ ହୋଇଛନ୍ତି । ହତ୍ୟା ଉଦ୍ୟମ ମାମଲାରେ ଏହି ରାୟ ଆସିଛି । ଫୈଜଲ ୨୦୧୪ ମସିହାରେ ସଂସଦରେ ଏହି କେନ୍ଦ୍ର ଶାସିତ ଅଞ୍ଚଳକୁ ପ୍ରତିନିଧିତ୍ୱ କରୁଥିଲେ । କୋର୍ଟ ଫୈଜଲ ଏବଂ ୩ ଅନ୍ୟ ଦୋଷୀଙ୍କ ଜାମିନ ରଦ୍ଦ କରିଛନ୍ତି ।

ଏହି ମାମଲାରେ ମୋଟ ୨୩ ଅଭିଯୁକ୍ତ ରହିଥିଲେ । ତେବେ କେବଳ ୪ ଜଣ ଦୋଷୀ ସାବ୍ୟସ୍ଥ ହୋଇଛନ୍ତି । ଫୈଜଲ ନିଜର ସମ୍ପର୍କୀୟ ମହମ୍ମଦ ସାହିଲ ଉପରେ ଆକ୍ରମଣ କରିଥିଲେ । ଦୋଷୀଙ୍କ ଉପରେ ଏକ ଲକ୍ଷ ଲେଖାଁଏ ଜରିମାନା ଲଗାଯାଇଛି । ତେବେ ଫୈଜଲ କହିଛନ୍ତି, ଏହା ରାଜନୈତିକ ଅଭିସନ୍ଧି ରଖି ମାମଲା ରୁଜୁ ହୋଇଛି । ବହୁତ ଶୀଘ୍ର ସେ ଏହାକୁ ନେଇ ଉଚ୍ଚ ଅଦାଲତରେ ଅପିଲ କରିବେ ।