ବଦଳିଲା ଜମ୍ମୁ-କାଶ୍ମୀରର ଭୂଗୋଳ । ଆଜି ଠାରୁ ଜମ୍ମୁ-କାଶ୍ମୀରରେ ବଦଳିଗଲା ଏହି ୧୦ଟି ନିୟମ ।

514

ଆଜି ଠାରୁ ବଦଳିଲା ଜମ୍ମୁ-କାଶ୍ମୀରର ଭୂଗୋଳ । ଭାଗ ହେଲା ଜମ୍ମୁ-କାଶ୍ମୀର ରାଜ୍ୟ ଓ ବିଧିବଦ୍ଧ ଭାବେ ଜନ୍ମ ନେଲା ଦୁଇ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କାଶ୍ମୀର ଓ ଲଦାଖ । ଭାରତ ଇତିହାସରେ ଏହା ପ୍ରଥମ ଘଟଣା , ଯେବେ କୌଣସି ରାଜ୍ୟକୁ ଭାଙ୍ଗି ଦୁଇଟି କେନ୍ଦ୍ର ଶାସିତ ଅଂଚଳ କରାଯାଇଛି । ଆଜିଠାରୁ ଜାମ୍ମୁ ଓ କାଶ୍ମୀର କେନ୍ଦ୍ରଶାସିତ ଅଂଚଳର ଦାୟିତ୍ୱ ଗ୍ରହଣ କରିଛନ୍ତି ଲେଫ୍ଟନେଣ୍ଟ ଗଭର୍ଣ୍ଣର ଗିରିଶ ଚନ୍ଦ୍ର ମୁର୍ମୁ । ସେହିପରି ନବଗଠିତ ଲଦାଖ କେନ୍ଦ୍ରଶାସିତ ଅଂଚଳର ଦାୟିତ୍ୱ ଗ୍ରହଣ କରିଛନ୍ତି ଆର କେ ମାଥୁର ।

ଦୁଇ କେନ୍ଦ୍ରଶାସିତ ଅଞ୍ଚଳର ଗଠନ ସହ ଦେଶରେ ରାଜ୍ୟ ସଂଖ୍ୟା ୨୮କୁ ଖସି ଆସିଛି । କେନ୍ଦ୍ର ଶାସିତ ଅଂଚଳ ସଂଖ୍ୟା ୯କୁ ବୃଦ୍ଧି ହୋଇଛି । ଗତ ଅଗଷ୍ଟ ୫ ତାରିଖରେ ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଓ ୩୫ ଏ ଉଛେଦ ପରେ ଜାମ୍ମୁକାଶ୍ମୀର ଓ ଲଦାଖକୁ ୨ଟି କେନ୍ଦ୍ରଶାସିତ ଅଞ୍ଚଳ କରାଯିବା ନେଇ ଘୋଷଣା କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ବିଧିବଦ୍ଧ ଭାବେ ୨ କେନ୍ଦ୍ରଶାସିତ ଅଞ୍ଚଳର ଗଠନ ସହ ଏଠାରେ ଅନେକ କିଛି ପରିବର୍ତ୍ତନ କରାଯାଇଛି ।

୧.ଜମ୍ମୁ ଓ କାଶ୍ମୀର ଏବଂ ଲଦାଖ ହେଲା ଦୁଇଟି କେନ୍ଦ୍ରଶାସିତ ଅଂଚଳ
୨.ଜମ୍ମୁକାଶ୍ମୀର ରାଜ୍ୟ ପୁନର୍ଗଠନ ଆଇନ ଅନୁଯାୟୀ ଲଦାଖ ଏବେ ବିନା ବିଧାନସଭା ବିଶିଷ୍ଟ କେନ୍ଦ୍ରଶାସିତ ଅଂଚଳ ହୋଇଛି । ଜମ୍ମୁକାଶ୍ମୀର ବିଧାନସଭା ସହ କେନ୍ଦ୍ରଶାସିତ ପ୍ରଦେଶ ହୋଇଛି ।
୩.ପୂର୍ବରୁ ଜମ୍ମୁ-କାଶ୍ମୀରରେ ରାଜ୍ୟପାଳ ରହୁଥିଲେ କିନ୍ତୁ ଆଜିଠୁ ଉପ-ରାଜ୍ୟପାଳ ରହିଛନ୍ତି
୪.ଏବେ ଦୁଇଟି ରାଜ୍ୟର ଗୋଟିଏ ହାଇକୋର୍ଟ ରହିବ କିନ୍ତୁ ଦୁଇଟି ରାଜ୍ୟର ଆଡଭୋକେଟ ଜେନେରାଲ ଅଲଗା ରହିବେ ।
୫.୨ କେନ୍ଦ୍ରଶାସିତ ଅଂଚଳ ମଧ୍ୟରୁ ସରକାରୀ କର୍ମଚାରୀ କୌଣସି ଗୋଟିଏ ରାଜ୍ୟକୁ ବାଛିବାର ବିକଳ୍ପ ରହିବ ।
୬.ପୂର୍ବରୁ କେନ୍ଦ୍ର ଆଇନ ଲାଗୁ ହେଉନଥିଲା,କିନ୍ତୁ ଏବେ ଜମ୍ମୁ-କାଶ୍ମୀର ଓ ଲଦାଖରେ ଅତି କମରେ ୧୦୬ କେନ୍ଦ୍ରୀୟ ଆଇନ ଲାଗୁ ହୋଇପାରିବ
୭.ରାଜ୍ୟ ପୁନର୍ଗଠନ ସହ ବଦଳିଛି ରାଜ୍ୟର ପ୍ରଶାସନିକ ଓ ରାଜନୈତିକ ବ୍ୟବସ୍ଥା।
୮.ବିଧାନସଭାର କାର୍ଯ୍ୟକାଳ ୫ବର୍ଷ ରହିବ । ପୂର୍ବରୁ ୬ବର୍ଷ ରହୁଥିଲା ।
୯.ବିଧାନସଭାରେ ଅନୁସୂଚିତ ଜାତିଙ୍କ ସହ ଅନୁସୂଚିତ ଜନଜାତିଙ୍କ ପାଇଁ ଆସନ ସଂରକ୍ଷିତ ରହିବ
୧୦.ପୂର୍ବରୁ କ୍ୟାବିନେଟରେ ୨୪ ମନ୍ତ୍ରୀ ରହୁଥିଲେ କିନ୍ତୁ ଏବେ ୧୦ ପ୍ରତିଶତରୁ ଅଧିକ ମନ୍ତ୍ରୀ ରହିପାରିବେ ନାହିଁ ।