ଆଜିଠୁ ଆରମ୍ଭ ହେବ ନୂଆ ଆର୍ଥିକ ବର୍ଷ, ବଢିବ ପକେଟ୍ ଖର୍ଚ୍ଚ : ଟିକସ, ସୁନାଗହଣା ବିକ୍ରି ସମେତ ଏକାଧିକ କ୍ଷେତ୍ରରେ ଲାଗୁ ହେବ ନୂଆ ନିୟମ

627

କନକ ବ୍ୟୁରୋ : ଆଜି ଠାରୁ ଆରମ୍ଭ ହେଉଛି ନୂଆ ଆର୍ଥିକ ବର୍ଷ । ଏହାସହ ଅନେକ କେତେକ କ୍ଷେତ୍ରରେ ନୂଆ ନିୟମ ଲାଗୁ ହେବ । ଏହା ମଧ୍ୟରେ ରହିଛି ନୂଆ ଆୟକର ନିୟମ । ଏହାସହ ସୁନା ହଲମାର୍କ ଓ ଏଲପିଜି ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ନୂଆ ନିୟମ କାର୍ଯ୍ୟକାରୀ ହେବ । ନୂଆ ଟିକସ ବ୍ୟବସ୍ଥା ଡିଫଲ୍ଟ ଢାଞ୍ଚାରେ ପରିଣତ ହେବ । ଅର୍ଥାତ୍ ଟିକସଦାତା ଯଦି କୌଣସି ବିକଳ୍ପ ଚୟନ ନରକନ୍ତି, ତେବେ ନୂଆ ବିକଳ୍ପକୁ ଚୟନ କରିଛନ୍ତି ବୋଲି ମନେ କରାଯିବ ।

ଆୟକର ବିଭାଗରେ ହୋଇଥିବା ଏହି ପରିବର୍ତନ ଲୋକଙ୍କ ଅର୍ଥ ଓ ଏହାର ଟ୍ୟାକ୍ସକୁ ପ୍ରଭାବିତ କରିବ । ୨୦୨୩ ବଜେଟରେ ନୂଆ ଟିକସ ବ୍ୟବସ୍ଥାରେ ଆୟକର ସ୍ଲାବରେ ପରିବର୍ତ୍ତନ କରାଯାଇଥିଲା । ଯଦି ୨୦୨୩-୨୪ ଆର୍ଥିକ ବର୍ଷରେ ଜଣଙ୍କ ଆୟ ୭ଲକ୍ଷ ଟଙ୍କା ଏବଂ ନୂଆ ଟିକସ ବ୍ୟବସ୍ଥାକୁ ବାଛନ୍ତି, ତେବେ ଆପଣଙ୍କୁ ଟିକସ ଦେବାକୁ ପଡ଼ିବ ନାହିଁ । କାରଣ ନୂଆ ଟିକସ ବ୍ୟବସ୍ଥାରେ ଆୟକର ଆଇନର ଧାରା ୮୭-ଏ ଅନୁସାରେ ଆୟକର ଛାଡ଼ ୧୨ହଜାର ୫୦୦ ଟଙ୍କାରୁ ୨୫ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।

ଏଭଳି ସ୍ଥିତିରେ ଯଦି ଟିକସଦାତାଙ୍କ ଆୟ ୭ଲକ୍ଷ ଟଙ୍କାରୁ ଅଧିକ ନହୁଏ, ତେବେ ନୂଆ ଟିକସ ବ୍ୟବସ୍ତାରେ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ । ସେହିପରି ନୂଆ ଟିକସ ବ୍ୟବସ୍ଥାରେ ମୌଳିକ ଛାଡ଼ ସୀମା ୩ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହା ଛଡ଼ା ବଜାରରେ କେବଳ ହଲମାର୍କ ବିଶିଷ୍ଟ ସୁନା ଗହଣ ବିକ୍ରି କରାଯିବ ।

– ଟ୍ୟାକ୍ସ ଫାଇଲିଂରେ ଏବେ ନୂଆ ଟିକସ ବ୍ୟବସ୍ଥା ଡିଫଲ୍ଟ ଆଧାର ଦେଖାଯିବ
– ନୂଆ ଟ୍ୟାକ୍ସ ରିଜିମରେ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ରିହାତି ମିଳିବ
– ନୂଆ ଟ୍ୟାକ୍ସ ରିଜିମରେ ଟ୍ୟାକ୍ସ ସ୍ଲାବ ୦ରୁ ୩ ଲକ୍ଷ ଟଙ୍କା ଯାଏଁ ୦%
– ୩ରୁ ୬ ଲକ୍ଷ ଟଙ୍କା ଯାଏଁ ୫%
– ୬ରୁ ୯ ଲକ୍ଷ ଟଙ୍କା ଯାଏଁ ୧୦%
– ୯ରୁ ୧୨ ଲକ୍ଷ ଟଙ୍କା ଯାଏଁ ୧୫%
– ୧୫ ଲକ୍ଷ ଟଙ୍କା ଉପରକୁ ୩୦%
– ଷ୍ଟାଣ୍ଡାର୍ଡ ଡିଡକସନ୍ ଆଧାରରେ ୫୦ହଜାର ଟଙ୍କାର ଲାଭ ନୂଆ ଟ୍ୟାକ୍ସ ରିଜିମରେ ମିଳିବ