ରାଜନୀତି ମୈଦାନକୁ ଓଲ୍ଲାଇବେ ପାରିକୁଦ ରାଜା ସାହେବ ସନ୍ତୋଷ ଚନ୍ଦ୍ର ଦେଓ । ନିର୍ବାଚନ ଲଢିବେ, ବିପୁଳ ଭୋଟରେ ବିଜୟୀ ହେବେ ବୋଲି ଦେଖାଇଛନ୍ତି ଦମ୍ଭୋକ୍ତି

982

କନକ ବ୍ୟୁରୋ : ରାଜନୀତି ମୈଦାନକୁ ଓଲ୍ଲାଇବେ ପାରିକୁଦ ରାଜା ସାହେବ ସନ୍ତୋଷ ଚନ୍ଦ୍ର ଦେଓ । ରାଜ୍ୟ ରାଜନୀତିରେ ଚିଲିକା ନିର୍ବାଚନ ମଣ୍ଡଳି ଚର୍ଚ୍ଚାରେ ରହୁଥିବା ବେଳେ ରାଜା ସନ୍ତୋଷ ଚନ୍ଦ୍ର ଦେଓ ସେହି ଚର୍ଚ୍ଚାକୁ ଆଉ ପାଦେ ଆଗକୁ ବଢାଇଛନ୍ତି । ସୁଯୋଗ ମିଳିଲେ ଚିଲିକାର ଲୋକଙ୍କ ସେବା କରିବା ପାଇଁ ନିର୍ବାଚନକୁ ଓହ୍ଲାଇବେ ବୋଲି କହିଛନ୍ତି । ନିର୍ବାଚନ ଲଢିବେ ବିପୁଳ ଭୋଟରେ ବିଜୟୀ ହେବେ ବୋଲି ଦମ୍ଭୋକ୍ତି ମଧ୍ୟ ଦେଖାଇଛନ୍ତି ।

ଏଥିସହ ସେ ଜନସଂପର୍କ ଓ ସଂଗଠନ ମଧ୍ୟ ସାଜାଡୁଛନ୍ତି । ଚିଲିକା ଯାଇଁ ମା କାଳୀଜାଇଙ୍କ ପୂଜାର୍ଚ୍ଚନା କରିବା ସହ ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ଭେଟି ତାଙ୍କ ସମସ୍ୟା ପଚାରି ବୁଝିଛନ୍ତି । ଚର୍ଚ୍ଚା ହେଉଛି ରାଜା ଚିଲିକା ଆସନରୁ ବିଜେଡି ଟିକେଟ୍ ପାଇଁ ଆଶାୟୀ ଅଛନ୍ତି । ସ୍ଥାନୀୟ ମତ୍ସ୍ୟଜବୀ ଓ ଲୋକଙ୍କ ମଧ୍ୟରେ ରାଜା ସନ୍ତୋଷ ଚନ୍ଦ୍ର ଦେଓଙ୍କ ପ୍ରତି ସମର୍ଥନ ଥିବା ଜଣାପଡିଛି ।