ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ହେବ ନାମାଙ୍କନ । ୨୬ରେ ପ୍ରାର୍ଥୀ ପତ୍ର ଯାଞ୍ଚ, ୨୯ରେ ନାମାଙ୍କନ ପ୍ରତ୍ୟାହାର

152

କନକ ବ୍ୟୁରୋ : ଦେଶରେ ଚତୁର୍ଥ ପର୍ଯ୍ୟାୟ ତଥା ଓଡିଶାର ପ୍ରଥମ ପର୍ଯ୍ୟାୟ ମତଦାନ ମେ ୧୩ ତାରିଖରେ ହେବ । ଏଥିପାଇଁ ଆଜିଠୁ ବିଜ୍ଞପ୍ତି ପ୍ରକାଶ ସହ ଆରମ୍ଭ ହେବ ପ୍ରାର୍ଥୀପତ୍ର ଦାଖଲ । ଆସନ୍ତା ୨୫ ତାରିଖ ଯାଏଁ ନାମାଙ୍କନ ଦାଖଲର ଶେଷ ଦିନ ଧାର୍ଯ୍ୟ କରାଯାଇଛି । ୨୬ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୯ ତାରିଖରେ ନାମାଙ୍କନ ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ ହୋଇଛି । ଓଡିଶାର ପ୍ରଥମ ପର୍ଯ୍ୟାୟ ମତଦାନରେ ୪ଟି ସଂସଦୀୟ କ୍ଷେତ୍ର କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟରେ ମତଦାନ ହେବ ।

୪ଟି ସଂସଦୀୟ କ୍ଷେତ୍ର ଅଧିନରେ ଥିବା ୨୮ଟି ବିଧାନସଭା ନିର୍ବାଚନମଣ୍ଡଳିରେ ମଧ୍ୟ ଭୋଟ ପଡିବ । ଏଥିପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ ଆବ୍ୟକ ପ୍ରସ୍ତୁତି କରାଯାଇଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେଡି ସବୁ ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି । ବିଜେପିର କେବଳ ଜୟପୁର ଆସନ ବାକି ରହିଥିବା ବେଳେ କଂଗ୍ରେସ ଗୋପାଳପୁର ଓ ଛତ୍ରପୁର ଆସନରେ ଏଯାଏଁ ପ୍ରାର୍ଥ ଘୋଷଣା କରିନାହିଁ ।