ପ୍ରେସମିଟ କରି ବର୍ଷିଲେ ରାଜପରିବାରର ବୋହୂ । ଶାଶୂଘର ଲୋକଙ୍କୁ କାହିଁକି ଟିକେଟ ମିଳିଲା ପ୍ରଶ୍ନ କଲେ ଅର୍କେଶଙ୍କ ପତ୍ନୀ ଅଦ୍ରିଜା ମଞ୍ଜରୀ ।

247

କନକବ୍ୟୁରୋ :ନ୍ୟାୟ ମାଗିଲେ ବଲାଙ୍ଗୀର ରାଜପରିବାରର ବୋହୂ ଅଦ୍ରିଜା ମଞ୍ଜରୀ । ପୁର୍ବରୁ ବଲାଙ୍ଗୀର ରାଜପରିବାରର ଅର୍କେଶ ନାରାୟଣ ସିଂହଦେଓ ଓ ଅଦ୍ରିଜା ସିଂ ଦେଓଙ୍କ ମଧ୍ୟରେ ପାରିବାରିକ ବିବାଦ ମାମାଲା ଚାଲିଥିଲା । ଏତେ ଅଭିଯୋଗ ପରେ କିଭଳି ଏବେ କଳିକେଶଙ୍କୁ ଟିକେଟ ମିଳିଲା ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି । ଏଥିସହ ସେ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛନ୍ତି । ବଲାଙ୍ଗୀରି ବାସୀଙ୍କ ଠାରୁ ନ୍ୟାୟ ମଧ୍ୟ ମାଗିଛନ୍ତି । ଅଭିଯୋଗ ଅନୁଯାୟୀ ୨୦୧୯ ନିର୍ବାଚନ ହାରିବା ପରେ ଅଦ୍ରିଜା ନାରାୟଣ ସିଂ ଦେଓ ତାଙ୍କ ଉପରେ ହୋଇଥିବା ଅତ୍ୟାଚାର ବିରୋଧରେ ସେ ଥାନାରେ ଅଭିଯୋଗ କରିଥିଲେ ।