ସ୍ୱାସ୍ଥ୍ୟ ପାଇଁ ଉପକାରୀ ଜଳ : ଏହି ଗୋଟିଏ ଜିନିଷ ପାଣିରେ ମିଶାଇ ପିଇଲେ ମିଳିଥାଏ ଅନେକ ଲାଭ । କ’ଣ ଜାଣନ୍ତୁ

54

ପାଣି ପିଇବା ସ୍ୱାସ୍ଥ୍ୟପକ୍ଷେ ହିତକାରକ। ହେଲେ ଏକୁଟିଆ ପାଣି ମନୁଷ୍ୟ ଶରୀରର ଅନେକ ଆବଶ୍ୟକତା ପୂରଣ କରିପାରିନଥାଏ । ଆପଣ ଜାଣନ୍ତି କି ପ୍ରତିଦିନ ଜଳରେ ଲୁଣ ମିଶାଇ ପିଇଲେ ବି ତାହା ଲାଭଦାୟକ। ସମସ୍ତଙ୍କୁ ଜଣା ଯେ ଲୁଣରେ ପ୍ରାକୃତିକ ଖଣିଜ ଲବଣ ରହିଛି। ପାଣିରେ ଲୁଣ ମିଶାଇ ପିଇଲେ ଜାଣନ୍ତୁ କି କି ଫାଇଦା ମିଳିବ।

• ପେଟ ପାଇଁ ଲୁଣ ପାଣି ଖୁବ୍ ଭଲ। ପ୍ରତିଦିନ ଲୁଣ ପାଣି ପିଇଲେ ହଜମ କ୍ରିୟାରେ ଉନ୍ନତି ଘଟିଥାଏ ଓ ପେଟ ସଂପର୍କିତ କିଛି ସମସ୍ୟା ଥିଲେ,ତାହା ଦୂରୀଭୂତ ହୋଇଥାଏ। ଲୁଣ ପାଣି ପିଇଲେ ହାଡ଼ ଶକ୍ତ ହୋଇଥାଏ। ଲୁଣରେ କ୍ୟାଲସିୟମ୍ ଥିବା ହେତୁ ଏପରି ଘଟିଥାଏ।

• ଶରୀରରେ ଥିବା ଖରାପ ବ୍ୟାକ୍ଟେରିଆ ଗୁଡ଼ିକ ମଧ୍ୟ ନଷ୍ଟ ହୋଇଥାଏ। ଯେଉଁ ବ୍ୟାକ୍ଟେରିଆ ରୋଗ ସୃଷ୍ଟିକାରକ ହୋଇଥା’ନ୍ତି,ସେମାନଙ୍କୁ ନିପାତ କରିଥାଏ ଲୁଣପାଣି।

• ଲୁଣପାଣି ପିଇଲେ ତ୍ୱଚା ଜନିତ ସମସ୍ୟା ବି ଦୂରୀଭୂତ ହୋଇଥାଏ। ଯଦି ତ୍ୱଚାରେ କଳାଦାଗ ଥାଏ,ତାହା ବି ଉଭେଇ ଯାଏ। ଖାଲି ସେତିକି ନୁହେଁ,ଏହା ତ୍ୱଚାରେ ଉଜ୍ଜ୍ୱଳତା ଆଣିଥାଏ ମଧ୍ୟ।

• ପ୍ରତିଦିନ ଲୁଣ ପାଣି ପିଇଲେ ଯକୃତ ଜନିତ ସମସ୍ୟା ରହେ ନାହିଁ। ଶରୀରରେ ଥିବା ବିଷାକ୍ତ ଦ୍ରବ୍ୟ ଦୂର ହୋଇଥାଏ।