ଇବ୍ ନଦୀର ଉପରମୁଣ୍ଡରେ ଆନିକଟ୍ ନିର୍ମାଣକୁ ବିରୋଧ :ସୁନ୍ଦରଗଡ଼ ଜିଲ୍ଲାରେ କଂଗ୍ରେସର ୧୨ ଘଂଟିଆ ବନ୍ଦ

25

ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ଆଜି ୧୨ ଘଂଟିଆ ବନ୍ଦ ପାଳନ କରାଯାଉଛି । ଇବ୍ ନଦୀର ଉପରମୁଣ୍ଡରେ ଛତିଶଗଡ଼ର ଆନିକଟ ନିର୍ମାଣ ଏବଂ ସେହପରି ଯୋଗ୍ୟ ହିତାଧିକାରୀଙ୍କୁ ପଡିକାର୍ଡ ପ୍ରଦାନ ଦାବିରେ କଂଗ୍ରେସ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି । ଇବ୍ ନଦୀର ଉପରମୁଣ୍ଡରେ ଆନିକଟ୍ ନିର୍ମାଣ ହେଲେ ସୁନ୍ଦରଗଡ଼ ଏବଂ ଝାରସୁଗଡ଼ା ଜିଲ୍ଲାର ଲକ୍ଷ୍ୟାଧିକ ଚାଷୀ ପ୍ରଭାବିତ ହେବାର ଆଶଙ୍କା ରହିଛି ।